୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

0 248

ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି । ସହରର ୮ ଟି କେନ୍ଦ୍ରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । ସେଗୁଡିକ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଭଣ୍ଡାରୀ ସାହି, ଟାଉନହଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ମହାରାଜା ଓଡ଼ିଆ ବାଳିକା ବିଦ୍ୟାଳୟ, ଗାନ୍ଧୀ ମେମୋରିୟାଲ ସ୍କୁଲ ବ୍ଳକ ଏ ଓ ଗାନ୍ଧୀ ମେମୋରିୟାଲ ସ୍କୁଲ ବ୍ଳକ ବି, ଆରଏମସି କଟନ ୟାର୍ଡ ସେଣ୍ଟରରେ ଟୀକାକରଣ କରାଯାଉଛି । ଆଜି ଜିଲ୍ଲାପାଳ ଅନୁପମ ସାହା କେନ୍ଦ୍ରଗୁଡିକୁ ପରିଦର୍ଶନ କରିଛନ୍ତି । ଲୋକେ ଟୀକା ନେଇ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × three =