ନିୟତି ମାନସିକ ଅନୁଷ୍ଠାନର ୧୮ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ

0 103

ପାରଳାଖେମୁଣ୍ଡି, ୧୭/୬ – ଆଜି ସ୍ଥାନୀୟ ପୌରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟତି ମାନସିକ ଅନୁଷ୍ଠାନର ୧୮ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ କରାଯାଇଛି । ଆସନ୍ତାକାଲି ମଧ୍ୟ ଏହି ପିଲାଙ୍କର ଟୀକାକରଣ କାର୍ଯ୍ୟ ଚାଲୁ ରହିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ । ସୁଶ୍ରୀ ମମତା ପାଢ଼ୀ, ଜନସ୍ୱାସ୍ଥ୍ୟ ଅଧିକାରୀ ବ୍ୟକ୍ତିଗତ ତଦାରଖରେ ଆଜିର ଟୀକାକରଣ କାର୍ଯ୍ୟ ସଫଳ ହୋଇଛି । ଶ୍ରୀ ଭାଗବତ ପାଢ଼ୀ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ,ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ନିର୍ଦ୍ଦେଶକ ହେଲ୍ପ ,ନିୟତିର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସୁଶ୍ରୀ ଜ୍ୟୋସ୍ନା ଡାକୁଆ, ଦେବଦତ୍ତ ବେବର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × one =