ସୁବର୍ଣ୍ଣପୁରରେ ୧୮/୪୪ ବର୍ଷୀୟ ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ ବୁକିଂ ଆଜି

0 208

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୯/୦୬/୨୧ ରୁ ତା ୨୧/୦୬/୨୧ ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୫ଗୋଟି ସ୍ଥାନରେ ବ୍ୟବସ୍ଥିତ ୬ଟି ଟିକାକରଣ କେନ୍ଦ୍ର ଯଥା- କଲ୍ୟାଣ ମଣ୍ଡପ, ସୋନପୁର -ମଝୀପଡ଼ା (ଗୋଟିଏ କେନ୍ଦ୍ର ), ଟାଉନ ହଲ (ବସଷ୍ଟାଣ୍ଡ ପାଖ)- (୧ଟି କେନ୍ଦ୍ର), ମହାରାଜା ଉଚ୍ଚ଼ ବିଦ୍ୟାଳୟ -(୧ଟି କେନ୍ଦ୍ର), ଜିଲ୍ଲା ସାଧନା କେନ୍ଦ୍ର -ପଛ ପଟ (୧ଟି କେନ୍ଦ୍ର ), ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସୋନପୁର (୨ଟି କେନ୍ଦ୍ର)ରେ ଟିକାକରଣ ହେବ । ସେହିପରି ତା ୨୦/୦୬/୨୧ଓ ତା ୨୧/୦୬/୨୧ ରେ ତିନୋଟି ସ୍ଥାନ ର ୫ଟି କେନ୍ଦ୍ର ଯଥା-ସଂସ୍କୃତି ଭବନ (୨ଟି କେନ୍ଦ୍ର), ସୋନପୁର ମହାବିଦ୍ୟାଳୟ , ସୋନପୁର (୨ଟି କେନ୍ଦ୍ର) ଓ ମାରୱାଡି ଧର୍ମଶାଳା -ଭଗବତୀପ୍ଲଟ, ସୋନପୁର, (ଗୋଟିଏକେନ୍ଦ୍ର)ରେ ଟୀକାକରଣ ଚାଲୁରହିବ । କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା ୧୮ ରୁ ୪୪ ବର୍ଷର ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯିବ ।
ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟିକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି )ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟିକାକରଣ କେନ୍ଦ୍ରକୁ ପହଂଚି ଟିକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟିକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ର ରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟିକାକରଣ ଉକ୍ତ ଦିନଗୁଡିକରେ ସକାଳ ୦୯ ରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ଟିକାନେବା ନିମନ୍ତେ ୧୮ରୁ ୪୪ ବର୍ଷ ପାଇଁ ଯେଉଁମାନେ ଅନଲାଇନ ରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦରକ୍ଷଲକ୍ସରଶସଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭ.ମକ୍ଟଙ୍ଗସଦ୍ଭ.ଶକ୍ଟଙ୍ଖ.ସଦ୍ଭ ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଅନୁରୋଧ । ତା୧୮/୦୬/୨୧ ସନ୍ଧ୍ୟା ୦୫-୦୦ ଘଣ୍ଟାରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।

hiranchal ad1
Leave A Reply

Your email address will not be published.

two × 4 =