ଘରୋଇ ବସ ଶ୍ରମିକଙ୍କ ପାଇଁ ଆର୍ଥିକ ସାହାଯ୍ୟ ଦାବି

0 106

ସମ୍ବଲପୁର,୧୮/୬- କରୋନା କଟକଣା ନାଁରେ ବର୍ତ୍ତମାନ ସଡ଼କ ପରିବହନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏଣୁ ଏହି ଉଦ୍ୟୋଗ ଉପରେ ଆଶ୍ରିତ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ଥିତି ସାଙ୍ଘାତିକ ହୋଇଗଲାଣି । ଏହି ସନ୍ଦର୍ଭରେ ସ୍ଥାନୀୟ ଘରୋଇ ବସ ଶ୍ରମିକ ସଂଘ ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି । ସ୍ଥାନୀୟ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ପ୍ରଦର୍ଶନ ସହିତ ଏହି ଦାବିପତ୍ର ପ୍ରଦାନ କରାଗଲା । ସୁରକ୍ଷା ଦୃଷ୍ଟିରୁ ସେଠାରେ ସେତେବେଳେ କଡ଼ାପୁଲିସ ବନ୍ଦୋବସ୍ତ ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ରାଜ୍ୟରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏଥିସହିତ ସେମାନଙ୍କ ଜୀବିକା ମଧ୍ୟ ବନ୍ଦ ରହିଛି । ଇତି ମଧ୍ୟରେ ବିଭିନ୍ନ ବର୍ଗର ଶ୍ରମିକ ମାନଙ୍କ ପାଇଁ ରାଜ୍ୟସରକାର ଅନେକ ଆର୍ଥିକ ପ୍ୟାକେଜ ଓ ସାହାଯ୍ୟ ଦେଉଛନ୍ତି । ଦୁର୍ଭାଗ୍ୟବଶତଃ ଏଥିରେ ସେମାନଙ୍କୁ ସାମିଲ କରାଯାଉନାହିଁ । ଏଣୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ଦୁର୍ଦ୍ଦଶା ଓ ଦୁରାବସ୍ଥା ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ଓ ସେମାନଙ୍କ ସାହାଯ୍ୟ ପାଇଁ କିଛି ବ୍ୟବସ୍ଥା କରନ୍ତୁ ।

hiranchal ad1
Leave A Reply

Your email address will not be published.

1 × 5 =