ଚାଷୀଙ୍କ ସମସ୍ୟାକୁ ନେଇ ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଧାରଣା

0 150


ସମ୍ବଲପୁର, ୧୮/୬- ସ୍ଥାନୀୟ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ ଓ ସେଗୁଡିକର ସମାଧାନ ଦାବିରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା କୃଷକ ମୋର୍ଚ୍ଚା (ଭାଜକୃମୋ) ପକ୍ଷରୁ ଏକ ଧାରଣା ପ୍ରଦର୍ଶନ କରାଯାଇଥିଲା । ସେମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଅନୁସାରେ ଗତ ବର୍ଷ ରାଜ୍ୟ ସରକାରଙ୍କର ଭୁଲ ଟୋକନ ନୀତି ଓ ଧାନ କିଣା ର ଅବ୍ୟବସ୍ଥା ପାଇଁ ହଜାର ହଜାର ଚାଷୀଙ୍କର ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ହୋଇପାରି ନଥିଲା । ଯେଉଁଥିପାଇଁ ରାଜ୍ୟର ଚାଷିକୂଳ ଆର୍ଥିକ କ୍ଷତି ସହି ମାନସିକ ଚାପଗ୍ରସ୍ତ ହୋଇ କାଳାତିପାତ କରିବା ସଙ୍ଗେ ସଙ୍ଗେ ଚଳିତ ରବି ଚାଷ ଆରମ୍ଭ କରିଥିଲେ କିଛି କ୍ଷତିଭରଣର ଆଶା କରିଥିଲେ । କିନ୍ତୁ, ଚଳିତ ରବି ଚାଷରେ ଉଭୟ ପ୍ରକୃତିର ତାଣ୍ଡବ ଲୀଳା ଓ ସରକାରଙ୍କର ଦମନଲୀଳା ଯୋଗୁଁ ଚାଷୀ ଙ୍କ ଅଣ୍ଟା ଦୋହଲି ଗଲାଣି । ଚଳିତ ରବି ଚାଷ ରେ ଚାଷୀ ପଞ୍ଜିକରଣ ନିୟମ ର ଜଟିଳତା ଓ ଘୋର ଅବ୍ୟବସ୍ଥା ଯୋଗୁଁ କୌଣସି ବାଟ ଫିଟି ନଥିବା ବେଳେ କିଛି ଦିନ ପୂର୍ବରୁ ଅଦିନିଆ ବର୍ଷା ଓ ବାତ୍ୟା ୟାସ୍ ର ତାଣ୍ଡବଲୀଳା ପୁଣି ଚାଷିକୂଳ କୁ ଚିନ୍ତିତ ଓ ମର୍ମାହତ କରିଛି । ପୁଣୁ ରବି ଚାଷର ଅମଳ ସମୟରେ ପ୍ରଥମେ ଅଦିନିଆ ବର୍ଷା ଓ ପରେ ବାତ୍ୟା ୟାସ୍ ପ୍ରଭାବ ରେ ଜିଲ୍ଲା ର ଚାଷୀକୂଳ ତଳିତଳାନ୍ତ । ରବି ଫସଲ ଧାନ କଟା ସମୟରେ କରୋନା କଟକଣା ପାଇଁ ବାହାର ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ରୁ କେହି ଶ୍ରମିକ ଆସି ପାରି ନଥିଲେ ଏବଂ ଧାନ କଟା ରେ ବିଳମ୍ବ ହୋଇଥିଲା । କିଛି ଚାଷୀ ସ୍ଥାନୀୟ ଶ୍ରମିକ ଲଗେଇ କିମ୍ବା ମେସିନ ରେ ଧାନ କାଟି ଥିଲେ । ଯେଉଁ ମାନେ ଧାନ କାଟି ପାରି ନଥିଲେ, ସେମାନଙ୍କ କ୍ଷେତ ରେ ବର୍ଷା ପାଣି ଭରି ରହିଥିବାରୁ ଧାନ କଟା ବହୁ ବିଳମ୍ବରେ ସରିଛି । ଏହି ସମୟରେ ଅଦିନିଆଁ ବର୍ଷା ଯୋଗୁଁ ଯେଉଁ ଧାନ କ୍ଷେତ ରେ ପଡି ରହିଲା ଧାନ ଗଜା ହୋଇଗଲା । ବହୁ ଚାଷୀ ଙ୍କର ରବି ଚାଷ ର ଧାନ ବିକ୍ରି ପାଇଁ ଟୋକନ ଆସିଯାଇଥିଲା କିନ୍ତୁ ଧାନ ଅମଳ ହୋଇ ପାରି ନଥିଲା । ଏଭଳି ବିଭିନ୍ନ କାରଣ ପାଇଁ ବହୁ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି ।
ବର୍ତ୍ତମାନ ଯାଏଁ କେବଳ ସମ୍ବଲପୁର ଜିଲ୍ଲା ରେ ଆନୁମାନିକ ୩୦ ହଜାର କ୍ୱିଣ୍ଟାଲ ଧାନ ର ଟୋକନ ବାତିଲ ହୋଇ ସାରିଛି । ଏହି ପରିମାଣ ଆଗାମୀ ଦିନରେ ଆହୁରି ବଢିବାର ଯଥେଷ୍ଟ ଆଶଙ୍କା ରହିଛି । କାରଣ ମୌସୁମୀ ବର୍ଷା ର ଆଗମନ ହୋଇସାରିଛି ତେଣୁ ଧାନ ବିକ୍ରି ରେ ବହୁତ ସମସ୍ୟା ସୃଷ୍ଟି ହେବ । ଏଣୁ ଉପରୋକ୍ତ ସମସ୍ତ ବିଷୟକୁ ରାଜ୍ୟ ସରକାର ଗମ୍ଭୀରତା ସହକାରେ ଚିନ୍ତା କରି ଚାଷିକୂଳ ର ଉନ୍ନତି ଓ ସ୍ୱାର୍ଥରକ୍ଷା ପାଇଁ ଚାଷୀର ଅମଳ ହୋଇଥିବା ଧାନ କୁ ଶୀଘ୍ର କିଣିବାର ସୁବ୍ୟବସ୍ଥା କରନ୍ତୁ । ଯେଉଁ ମାନଙ୍କର ଟୋକନ ବାତିଲ ହୋଇଛି ତାକୁ ପୁନଃ କାର୍ଯ୍ୟକ୍ଷମ କରିବା ବ୍ୟବସ୍ଥା କରନ୍ତୁ । ଯେହେତୁ ମୌସୁମୀ ବର୍ଷା ର ଆଗମନ ହୋଇସାରିଛି ତେଣୁ ଧାନ ବିକ୍ରି ରେ ବହୁତ ସମସ୍ୟା ସୃଷ୍ଟି ହେବ । ତେଣୁ ଟୋକନ ଗୁଡିକ ର କାର୍ଯ୍ୟ ଅବଧି ଦୀର୍ଘ ମିଆଦି କରାଯାଉ । ଯେଉଁ ଚାଷୀମାନେ ପଞ୍ଜିକୃତ ଜମିର ସମ୍ପୂର୍ଣ୍ଣ ଟୋକନ ପାଇ ନାହାଁନ୍ତି, ସେମାନଙ୍କୁ ପଞ୍ଜିକୃତ ଜମିର ପରିମାଣ ଅନୁଯାୟୀ ସମ୍ପୂର୍ଣ୍ଣ ଟୋକନ ପ୍ରଦାନ କରନ୍ତୁ । ଅଦିନିଆଁ ବର୍ଷା ଓ ବାତ୍ୟା ଯୋଗୁଁ ସମସ୍ତ ପ୍ରକାର ଚାଷୀ ର ଅନେକ କ୍ଷତି ହୋଇଛି, ଏହାର ପ୍ରକୃତ ଆକଳନ କରି ରିଲିଫ କୋଡ଼ ଅନୁଯାୟୀ ଚାଷୀ ଙ୍କୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରନ୍ତୁ । ଯେଉଁ ଚାଷୀମାନେ ବୀମା ଯୋଜନା ରେ ସାମିଲ ଅଛନ୍ତି ସେମାନେ କିଭଳି ଶୀଘ୍ର ଓ ପ୍ରକୃତ ପ୍ରାପ୍ୟ ପାଇପାରିବେ ତାହାର ବ୍ୟବସ୍ଥା କରନ୍ତୁ ବୋଲି ବିଜେପି କୃଷକ ମୋର୍ଚ୍ଚା ଦାବୀ କରିଛି । ଆଜିର ଏହି ଧାରଣା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ
ସଭାପତିତ୍ୱ ଓ ପରିଚାଳନା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ,ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ,ରେଙ୍ଗାଲି ବିଧାୟକ ନାଉରି ନାଏକ,ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, କୃଷକ ମୋର୍ଚ୍ଚା ସମ୍ବଲପୁର ପ୍ରଭାରୀ ଦିବ୍ୟ କିଶୋର ଭୋଇ, କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ଧନକଉଡା ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବେଣୁଧର ଦାଶ, ଦାମୋଦର କର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡଙ୍ଗୀ, ଜିଲ୍ଲା ପ୍ରବକ୍ତା ଅରବିନ୍ଦ ନାଏକ କୃଷକ ମୋର୍ଚ୍ଚାର ଦେବେନ୍ଦ୍ର ନାଏକ, ସଞ୍ଜୀବ ବାରିକ, ନରେନ୍ଦ୍ର ମିଶ୍ର, ମହେନ୍ଦ୍ର ଭୋଇ, ସୁରେନ୍ଦ୍ର ପ୍ରଧାନ ହାସିମ ରାଜା, ଗୋପଲ ଅଗ୍ରୱାଲ, ଶାଶ୍ୱତ ପଣ୍ଡା ଓ ସନ୍ତୋଷ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 − two =