ପୁଣି ରାୟଗଡ ସହରରେ ଚୋରି , ପୋଲିସକୁ ଚ୍ୟାଲେଂଜ କରୁଛି ଚୋର ଗ୍ୟାଙ୍ଗ୍‌

0 100

ରାୟଗଡ/୧୮/୬/୨୧: ରାୟଗଡରେ ମାତିଛନ୍ତି ଚୋର । ମାତ୍ର ଚାରି ଦିନ ବ୍ୟବଧାନରେ ପୁଣି ରାୟଗଡ ସହରରେ ଚୋରି ଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ଚ୍ୟାଲେଂଜ କରି ତାଲା ପଡିଥିବା ଘରକୁ ଟାର୍ଗେଟ କରି ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଗତକାଲି ମଧ୍ୟ ବିଳମ୍ବିତ ରାତ୍ରରେ ସହରର ତାଲା ପଡିଥିବା ଏକ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃ । ରାୟଗଡ ସହରର ପିଏଚଡି ଅଫିସ୍‌ ନିକଟସ୍ଥ ମାରୁତୀ କଲୋନୀରେ ଭଡାସୂତ୍ରରେ ରହି ବିଦ୍ୟୁତ୍‌ ବିଭାଗରେ ଆସିଷ୍ଟାଣ୍ଟ ଟେକ୍ନିସିଆନ୍‌ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ତ୍ରିଲୋଚନ ଦାସଙ୍କ ଘରେ ହୋଇଛି ଏହି ଚୋରି । ଲକ୍ଷାଧିକ ଟଙ୍କାର ନଗଦ ଟଙ୍କା ସହ ସୁନାରପୂା ଗହଣା ଚୋରି କରି ନେଇଯାଇଛନ୍ତି ଦୁର୍ବୃ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ ଟିମ୍‌ । ଏ ନେଇ ଘଟଣାର ତଦନ୍ତକାରୀ ଅଧିକାରୀ ତଥା ରାୟଗଡ ଟାଉନଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ କରୋନା ପଜିଟିଭ୍‌ ହୋଇ କଳାହାଣ୍ଡି ଜିଲ୍ଳା ଭବାନୀପାଟଣାରେ ସ୍ତ୍ରୀ ଚିକିତ୍ସିତ ହେଉଥିବାରୁ ଗତ ଜୁନ୍‌ ୨ତାରିଖରେ ଘରେ ତାଲା ପକାଇ ଶ୍ରୀ ଦାସ ଭବାନୀପାଟଣା ଚାଲି ଯାଇଥିଲେ । ତେବେ ଆଜି ସକାଳେ ତାଙ୍କ ଘର କବାଟର ତାଲା ଭାଙ୍ଗି ପଡିଥିବା ତଥା କବାଟ ଖୋଲା ଥିବା ଦେଖି ଘର ମାଲିକ ପ୍ରଥମେ ଶ୍ରୀ ଦାସଙ୍କୁ ଖବର ଦେବା ପରେ ସ୍ଥାନୀୟ ପୋଲିସ ଥାନାକୁ ଜଣାଇଥିଲେ । ଖବର ପାଇ ଏସଡିପିଓ ଦିବ୍ୟଜ୍ୟୋତି ଦାସଙ୍କ ନେତୃତ୍ୱରେ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ, ଏସ.ଆଇ.ସୁଶାନ୍ତ କୁମାର ଶତପଥି, ମାନସ କୁମାର ସାହୁଙ୍କ ସମେତ ଡଗ୍‌ ସ୍କାର୍ଡ ଓ ସାଇଣ୍ଟିିଫିକ୍‌ ଟିମ୍‌ ପଂହଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଶ୍ରୀ ଦାସ ପଂହଚି ତାଙ୍କ ଘରେଥିବା ଆଲମାରୀ ଭାଙ୍ଗି ଦୁର୍ବୃତ୍ତ ମାନେ ନଗଦ ଦେ ଲକ୍ଷ ଟଙ୍କା, ୫ତୋଳା ସୁନାଗହଣା, ଦୁଇଟି ରୂପା ଥାଳି, ଦୁଇଟି ରୂପା ଗ୍ଳାସ, ତିନୋଟି ରୂପା ଫରୁଆ ଓ କିଛି ଦାମୀ ଆସବାବପତ୍ର ଚୋରିକରି ନେଇଯାଇଥିବା ପୋଲିସକୁ ଜଣାଇଥିଲେ । ତେବେ ବର୍ଷା ଯୋଗୁଁ ଅନୁସନ୍ଧାନୀ ଡଗ୍‌ କିଛି ସୁରାକ୍‌ ପାଇନଥିବା ବେଳେ ତଦନ୍ତ କରି ଯଥାଶୀଘ୍ର ସେମାନଙ୍କୁ ଧରିବାପାଇଁ ଉଦ୍ୟମ କରାଯାଉଛି ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =