ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ

0 180


ବୌଦ୍ଧ,୧୯/୬:- ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର ସୁଶାନ୍ତ ବେହେରାଙ୍କ ଆମ୍ବ ବଗିଚାରେ । ଆଜି ସୁଶାନ୍ତ ବେହେରା ନିଜ ଆମ୍ବ ବଗିଚାରୁ ଆମ୍ବ ତୋଳୁଥିବା ସମୟରେ ଏକ ବିରଳ ଆମ୍ବ ଦେଖିବାକୁ ପାଇଥିଲେ । ଆମ୍ବ ଟି ର ଆକୃତି ଓ ବର୍ଣ୍ଣ ଏମିତି ଦେଖାଯାଉଛି ଯାହା କି ତାହା ଆମ୍ବ ବୋଲି ବିଶ୍ଵାସ କରି ହେବ ନାହିଁ । ଆମ୍ବ ସତ୍ୟ କିନ୍ତୁ ଦେଖାଯାଉଛି ଏକ ‘ଚଢେଇ’ ପରି । ସେହି ସମାନ ଶରୀର ହେଲେ ଜୀବନ ଥିବା ଚଢେଇ ନୁହଁ ବରଂ ଜୀବନ ନଥିବା ଚଢେଇ ପରି ଦେଖା ଯାଉଥିବା ଫଳ ଆମ୍ବ । ଏହି ଆମ୍ବ କୁ ଦେଖିବା ପାଇଁ ଲୋକଙ୍କ ଗହଳି ଦେଖା ଦେଇଛି । ଏହି ଆମ୍ବଟିର ଓଜନ ୨୫୦ ଗ୍ରାମ ଥିବାବେଳେ ଆମ୍ବଟିର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

hiring
hiranchal ad1
Leave A Reply

Your email address will not be published.

four × five =