କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ

0 2,104

ହରଭଙ୍ଗା,୧୯/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସାଂପୋଚ ଗ୍ରାମର ଯୁବକ ସନ୍ତୋଷ କୁମାର ପଣ୍ଡାଙ୍କର ଗତକାଲି ଦିନ ୧୧:୪୦ ମିନିଟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୩୬ବର୍ଷ ବୟସ ହୋଇଥିଲା ।
ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୧୩ତାରିଖ ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ,କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ସ୍ଥାନାନ୍ତରିତ କରି ଆଇସିୟୁ ଏବଂ ପରେ ଭେଣ୍ଟିଲେଟର ରେ ରଖି ଚିକିତ୍ସା କରାଯାଉଥିଲା । କିନ୍ତୁ ଗତକାଲି ଡାକ୍ତରଙ୍କର ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କ ବିୟୋଗରେ ବନ୍ଧୁ ମହଲ ଏବଂ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପଣ୍ଡାଙ୍କର ୭ବର୍ଷ ଏବଂ ଏକ ବର୍ଷର ଦୁଇଟି କୁନି ଝିଅ । ତେଣୁ ତାଙ୍କ ପରିବାର ପ୍ରତି ପ୍ରଶାସନ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two × two =