ବିପଦଶଙ୍କୁଳ ହେଲାଣି ବୁରୁବୁଡା ସ୍କୁଲ ପରିବେଶ, ପ୍ରଶାସନର ଦୃଷ୍ଟି ପଡୁ

0 257

ହରଭଙ୍ଗା,୧୯/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ଠାରୁ ମାତ୍ର ୮କିଲୋମିଟର ଦୂରରେ ରହିଛି ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉ.ପ୍ରା ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେବି ଦୁଇଟି ଶ୍ରେଣୀ ଗୃହ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବହାର ଉପଯୋଗୀ, ବାକି ଚାରୋଟି ଗୃହ କାନ୍ଥ ଫାଟି ଆଁ କରି ରହିଛି, ଛପର ଭାଙ୍ଗି ସୂର୍ଯ୍ୟ ଚନ୍ଦ୍ର ଦେଖା ଯାଉଛନ୍ତି । ଦୁଇଟି ଶ୍ରେଣୀ ଗୃହରେ ୮ଟି ଶ୍ରେଣୀର ପିଲାଙ୍କୁ କେଉଁ ପ୍ରଣାଳୀରେ ପାଠ ପଢାଉଥିବେ ଶିକ୍ଷକଗଣ ତାହା ସହଜେ ଅନୁମେୟ । ସେହିପରି ସ୍କୁଲହତାକୁ ଲାଗି ବଡବଡ ସିମୁଳିଆ ଗଛସବୁ ରହିଛି । ବିଭିନ୍ନ ସମୟରେ ଏଥିରୁ ଡାଳ ଭାଙ୍ଗି ପଡୁଥିବାବେଳେ କେତେବେଳେ ସ୍କୁଲ କୋଠା ଉପରେ ଶୁଖିଲାଗଛ ପଡିଯିବାର ଆଶଙ୍କା ସୃଷ୍ଟି ହେଉଛି । ମହୁମାଛି ବସା ସାଙ୍ଗକୁ ସ୍କୁଲ କୋଠାର ଜରାଜୀର୍ଣ୍ଣ ଅବସ୍ଥା ଦେଖିଲେ ସ୍କୁଲ ପରିବେଶ କିଭଳି ବିପଦଶଙ୍କୁଳ ରହିଛି ଅନୁମାନ କରାଯାଇପାରେ । ବର୍ତ୍ତମାନ ସ୍କୁଲ ବନ୍ଦ ରହିଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଆସୁନାହାନ୍ତି କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ଏହାର ମରାମତି ସାଙ୍ଗକୁ ସ୍କୁଲ ପରିବେଶ ଯେଭଳି ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ଅନୁକୁଳ ପରିବେଶ ହୋଇପାରିବ ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 1 =