ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ତରଫରୁ ରାସନ ସାମଗ୍ରୀ ବଣ୍ଟନ

0 123

କଟକ,୧୯/୬– ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକସ୍ଥିତ ଷ୍ଟେସନ ବଜାରର ୨ ନମ୍ବର ଗେଟର ମା ତାରିଣୀ ଅଟୋ ଆସୋସୋସିଅନ ଶତାଧିକ କର୍ମକର୍ତ୍ତାଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଆଇନଜୀବୀ ଡକ୍ଟର ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ଏହି କାଯ୍ୟକ୍ରମ ପରିଚାଳିତ ହୋଇଥିଲା ।

hiring

ଏହି ବଣ୍ଟନ କାଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ଶିଶିର ରଥ, ସଚିଦାନନ୍ଦ ରାଉତ, ବୀରେନ ପଶାୟତ ,ସଦାଶିବ ବାରିକ, ସପନ ପାଲ, ଅମିତ ବିଶୋଇ, ଅନିରୁଦ୍ଧ ଦାସ, ସତୀଶ ଶେଖର, ଶିବ ଅଗ୍ରୱାଲ, ମୟୂରୀ ପ୍ରିୟଦର୍ଶିନୀ ସିଂ, ଅଞ୍ଜୁ ଦାସ, ସୋମ୍ୟ ସେଠି, ସତ୍ୟବ୍ରତ ସାହୁଙ୍କ ସମେତ ମା ତାରିଣୀ ଅଟୋଆସୋସିଆନ ଗେଟ ନମ୍ବର ୨ର ସଭାପତି ବାସୁଦେବ ଦାସ ଏବଂ ସମ୍ପାଦକ ବ୍ରହ୍ମାନନ୍ଦ ଟହଲ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 + 8 =