ବୀରମହାରାଜପୁର,୨୦/୬ – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ଗ୍ରାମର ତ୍ରିଲୋଚନ ପଧାନ ଓରଫ ମଲିଆ ବିଧବା ସ୍ତ୍ରୀ ଙ୍କୁ ବୀରମହାରାଜପୁର ଯୁବ ମହାସଂଘରର ସଭାପତି ତଥା ସମାଜସେବୀ ଆନନ୍ଦ ବିଶ୍ୱାଲ ଭେଟି ସମବେଦନା ଜଣାଇବା ସହ ୨ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତାଙ୍କସହ ବହଳପଦର ସମିତି ସଭ୍ୟ ପିତାମ୍ବର ସାହୁ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ – ଗତ ୧୪ ତାରିଖରେ ଦିନ ତ୍ରିଲୋଚନଙ୍କ ବ୍ରଜପାତରେ ମୃତ୍ୟୁ ଘଟିଥିଲା । ତାଙ୍କର ପରିବାର କହିଲେ ସ୍ତ୍ରୀ , ଏକ ବର୍ଷର ଝିଅ, ୪୫ ବର୍ଷର ଅବିବାହିତ ଭଉଣୀ ଅଛନ୍ତି । ପ୍ରଶାସନ ତୁରନ୍ତ ଏହି ଗରିବ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।