ଟେଷ୍ଟରେ ବିରାଟ କୋହଲିଙ୍କ ୧୦ ବର୍ଷ: ୨୦୧୧ ଆଜିର ଦିନରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କରିଥିଲେ ଡେବ୍ୟୁ

0 52

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଟେଷ୍ଟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦ ଜୁନ୍‌ ୨୦୧୧ ରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ମୋଟ ୯୨ ଟେଷ୍ଟ ଖେଳିଛନ୍ତି । ଏଥିରେ ସେ ହାରାହାରି ୫୨.୬୮ ରେ ୭୫୩୪ ରନ୍‌ ସ୍କୋର କରିଛନ୍ତି ।
ସେ ଟେଷ୍ଟରେ ୨୭ ଶତକ ଏବଂ ୨୫ଟି ଅର୍ଦ୍ଧଶତକ ଏ ପର୍ଯ୍ୟନ୍ତ ଅର୍ଜନ କରିସାରିଛନ୍ତି । ସେହିପରି ଟେଷ୍ଟ କ୍ୟାରିୟରରେ ୭ଟି ଦ୍ୱିଶତକ ହାସଲ କରିଛନ୍ତି । ସେ ବର୍ତ୍ତମାନର ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଜଣେ । ଏହି ତାଲିକାରେ ବିରାଟଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର କେନ୍‌ ୱିଲିୟମ୍ସନ୍‌, ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଏବଂ ଇଂଲଣ୍ଡର ଜୋ ରୁଟ୍‌ ରହିଛନ୍ତି ।
ପ୍ରଥମରୁ ଟେଷ୍ଟରେ ବିରାଟଙ୍କ ଯାତ୍ରା ଚମତ୍କାର ଥିଲା । ୫ ନମ୍ବର ବ୍ୟାଟ୍ସମ୍ୟାନ୍‌ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ପରି ବ୍ୟାଟ୍ସମ୍ୟାନ୍‌ଙ୍କ ତତ୍ତ୍ୱାବଧାନରେ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତେବେ ଚୂଡାନ୍ତ ଏକାଦଶରେ ବିରାଟଙ୍କ ସ୍ଥାନ ନିଶ୍ଚିତ ହୋଇନଥିଲା । ଜାନୁଆରୀ ୨୦୧୨ ରେ ଦ୍ରାବିଡ ଏବଂ ଲକ୍ଷ୍ମଣ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ମିଳିଥିଲା । ସେବେଠାରୁ ବିରାଟ ଆଉ ପଛକୁ ଚାହିଁ ନଥିଲେ ।

hiring


୨୦୧୪ ପ୍ରାରମ୍ଭରେ ବିରେନ୍ଦର ସେହୱାଗ ଏବଂ ଜହିର ଖାନ ମଧ୍ୟ ଟେଷ୍ଟକୁ ବିଦାୟ ନେଇଥିଲେ । ଚଳିତ ବର୍ଷ ଡିସେମ୍ବରରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଏହି ଗସ୍ତ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ କରାଯାଇଥିଲା । ପ୍ରଥମ ଟେଷ୍ଟରେ ସେ ଆହତ କାରଣରୁ ଖେଳିନଥିଲେ ଏବଂ ବିରାଟଙ୍କୁ ଅଧିନାୟକ କରାଯାଇଥିଲା ।
ଦ୍ୱିତୀୟ ଟେଷ୍ଟରେ ଧୋନି ପ୍ରତ୍ୟାବର୍ତ୍ତନ କରି ଅଧିନାୟକତ୍ୱ ଗ୍ରହଣ କରିଥିଲେ । ତେବେ ଏହି ଟେଷ୍ଟରେ ଭାରତକୁ ଅଷ୍ର୍ଟ୍ରେଲିଆ ବିପକ୍ଷରେ ୪ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପରେ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଏହା ପରେ ବିରାଟଙ୍କୁ ସ୍ଥାୟୀ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।
ସେବେଠାରୁ ସେ ୬୧ ଟି ଟେଷ୍ଟରେ ଭାରତ ଅଧିନାୟକତ୍ୱ କରିଛନ୍ତି । ଏଥିମଧ୍ୟରୁ ଟିମ୍‌ ଇଣ୍ଡିଆ ୩୬ ଟି ଟେଷ୍ଟ ଜିତି ୧୪ ଟି ହାରିଛି । ସେ ଅଧିକାଂଶ ଟେଷ୍ଟ ଏବଂ ଅଧିକାଂଶ ବିଜୟରେ ଧୋନିଙ୍କ ଅଧିନାୟକତ୍ୱର ଉଭୟ ରେକର୍ଡ ଭାଙ୍ଗିଥିଲେ । ଧୋନି ୬୦ ଟି ଟେଷ୍ଟରେ ଅଧିନାୟକ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × three =