ଚର୍ଚ୍ଚାରେ ତଳଗାଁ, ଜେସିବିକୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଠିକା କାମ: ଶ୍ରମିକ ହତାଶ କୁଜି ଠିକାଦାର ମାଲେମାଲ୍‌

0 502

ହରଭଙ୍ଗା,୨୦/୬- କରୋନା ମହାମାରୀ ସମୟରେ ଲକଡାଉନର ଫାଇଦା ନେଉଛନ୍ତି କୁଜିନେତା ଓ ପେଟିଠିକାଦାର । କାରଣ ଏହି ଲକଡାଉନର ସମୟରେ ଗରିବ ଶ୍ରମିକମାନେ କୌଣସିପ୍ରକାର କାମଧନ୍ଦା ନପାଇ ଘରେ ହାତବାନ୍ଧି ବସିଥିବାବେଳେ ଜେସିବି ଟ୍ରାକ୍ଟରକୁ ମିଳୁଛି କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଠିକାକାମ । ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ତଳଗାଁ ପଂଚାୟତରେ ବର୍ଷକୁ କୋଟି କୋଟି ଟଙ୍କା ପ୍ରକଳ୍ପ ମଂଜୁର ହୋଇଆସୁଥିବାବେଳେ ପୁରୁଣା ପ୍ରକଳ୍ପ ମାନଙ୍କରେ କିଛି ସମୟ ଜେସିବି ଟ୍ରାକ୍ଟର ଲଗାଇ ନୂଆ ପ୍ରକଳ୍ପ ଦେଖାଇ ବିଲ୍‌ କରୁଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ କାମ ଚାଲିଥିବାବେଳେ କୌଣସି ପ୍ରକଳ୍ପର ସୁଚନା ଫଳକ ଲାଗୁନାହି । । ଏବାବଦରେ ବ୍ଲକର କନିଷ୍ଠଯନ୍ତ୍ରୀମାନଙ୍କୁ ପଚାରିବାରୁ ସେମାନେ ସଫେଇ ଦେଇଛନ୍ତି ଯେ ଏଭଳି ପ୍ରକଳ୍ପ କିଛି ନାହିଁ ବୋଲି ୫ମାସ ହେଲା କହିଆସୁଛନ୍ତି । କିନ୍ତୁ ପୁଣି ୨୦/୨୫ଦିନପରେ ବିଲ୍‌ କରାଯାଉଥିବା ପରି ସାଂଘାତିକ ଅଭିଯୋଗ ଆସିଛି । ପିଇଓ ଓ ଜିଆର୍‌ଏସ୍‌ଙ୍କ ସଲାସୁତୁରାରେ ଏଭଳି ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ପଞ୍ଚାୟତବାସିନ୍ଦା । ପଂଚାୟତର ସର୍ବମୋଟ ୪୨ଟି ଗ୍ରାମରେ ବିଭିନ୍ନ ପ୍ରକଳ୍ପର କାମଚାଲିଥିବବେଳେ ଅନେକ ସ୍ଥାନରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାଯାଉନାହିଁ । ପୁଣି ଏବର୍ଷ ବହୁ ସ୍ଥାନରେ ପଥର ସୋଲିଙ୍ଗ ଚେକଡ୍ୟାମ କାମ ଦର୍ଶାଇ ସଠିକ ମେଜରମେଣ୍ଟ ବିନା ବିଲ୍‌ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ପୁଣି ଏହାବ୍ୟତୀତ ୨୦୨୧ଆର୍ଥିକ ବର୍ଷରେ ଖାଲଗାଡୁ ମରାପୁଡ ି ପୁରୁଣାବନ୍ଧକୁ ନୂତନ କରାଯାଇଛି । ଚନ୍ଦ୍ରନଗର ଆଡିବନ୍ଧକୁ ନୂତନବନ୍ଧ ପଙ୍କାଳସାହି ମରାପୁଡା ପୁରୁଣାବନ୍ଧକୁ ନୂତନ ଏବଂ ଖାଲଗାଡୁ ରାଶି ତଇଳାରେ ପୂର୍ବରୁ ନିର୍ମାଣହୋଇଥିବା ଜଳଛାୟା ବିଭାଗଦ୍ୱାରା ନିର୍ମାଣ ହୋଇଥିଲା ଆଡିବନ୍ଧ ଏବର୍ଷ ସେହିବନ୍ଧକୁ ଜେସିବି ଟ୍ରାକ୍ଟର ଲଗାଇ ହୁଡାଉପରେ ମାଟିପକାଇ ନୂତନ କରାଯାଇଛି । ଏଭଳି ଅନେକ ପ୍ରକଳ୍ପକୁ ମିଥ୍ୟା ବିଲ୍‌କରି ହରିଲୁଟ କରିଚାଲିଛନ୍ତି ବୋଲି ଅଭିଯୋଗ ଆସିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସ୍ଥାନୀୟ ପଞ୍ଚାୟତବାସୀଙ୍କ ସନ୍ଦେହ ଦୂରପାଇଁ ଏଭଳି ଅଭିଯୋଗର ସତ୍ୟାସତ୍ୟ ଜାଣିବାପାଇଁ ପ୍ରଶାସନ ତଦନ୍ତ କରିବା ଜରୁରୀ ଏବଂ ଏଭଳି ଦୁର୍ନୀତି ଯଦି ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜରୁରୀ ଅଟେ ।

hiranchal ad1
Leave A Reply

Your email address will not be published.

1 × five =