ହରଭଙ୍ଗା :ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଟିଝାର ଆମ୍ବତୋଟା ଠାରେ ଓଡିଶା ଡ୍ରାଇଭର ମହାସଂଘର ବୌଦ୍ଧଜିଲ୍ଲା ସଭାପତି ବିପିନ୍ ବିହାରି ବ୍ରହ୍ମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଆଇନ୍ ଭିତରେ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ କରୋନା ମହାମାରୀ ସମୟରେ ଜୀବନ ଜୀବିକା ଠପ୍ ହୋଇଯାଇଥିବାବେଳେ ବହୁ ଡ୍ରାଇଭର ଜୀବିକା ହରାଇ ବର୍ତ୍ତମାନ ଭୋକ ଉପାସରେ ରହିବା ସହ ପରିବାର ଚଳାଇବା ପାଇଁଁ କଷ୍ଟକର ହୋଇପଡିଲାଣି । ତେଣୁ ଓଡିଶା ସରକାର ତୁରନ୍ତ ସମସ୍ତ ଡ୍ରାଇଭର୍ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାସହ ଜୀବିକା ହରାଇଥିବା ସମସ୍ତ ଡ୍ରାଇଭରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ଯଦି ସରକାର କୌଣସି ଡ୍ରାଇଭରଙ୍କୁ କରୋନା ଯୋଦ୍ଧାର ମାନ୍ୟତା ନଦେବେ କିମ୍ବା ସରକାରୀ ସହାୟତା ଯୋଗାଇ ନ ଦିଅନ୍ତି ତେବେ ଆଗାମୀ ଦିନରେ ସମସ୍ତ ଡ୍ରାଇଭର ଷ୍ଟିୟରିଂ ଛାଡ୍ ଆନ୍ଦୋଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଇଯାଇଥିଲା । ବୈଠକରେ ଜିଲ୍ଲା ସଂପାଦକ ସୁଜିତ୍ ସ୍ୱାଇଁ, ଉପସଭାତି ସୁଶିଲ୍ ଦାସ୍, ବ୍ଲକ ସଭାପତି ଦିଲ୍ଲିପ ମହାପାତ୍ରଙ୍କ ସମେତ ହରଭଙ୍ଗା, ଫୁଲବାଣି, ଫିରିଙ୍ଗିଆ, ଖଜୁରୀପଡା, ଦାରିଙ୍ଗବାଡି, କଣ୍ଟାମାଳ, ବୌଦ୍ଧ, କେ ନୁଆଗାଁ, ଉଦୟଗିରି ଅଂଚଳର ଡ୍ରାଇଭର ସଂଘର ସଭାପତି, ସଂପାଦକମାନେ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମକୁ ଗୋବିନ୍ଦ ସେଠି, ରବିନ୍ ବେହେରା, ଶୁଶାନ୍ତ ଦେହୁରୀ, ରଂଜିତ୍ ମୁଦୁଲ ପ୍ରମୁଖ ସହୋଯୋଗ କରିଥିଲେ ।