ହରଭଙ୍ଗା,୨୦/୬ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାହାଲୀ ଗ୍ରାମର ସପ୍ତେଶ୍ୱର ମହାଲିକଙ୍କ ଜୁନ୍ ୧୫ରେ ମୃତ୍ୟୁ ଘଟିଛି । ତାଙ୍କର ପତ୍ନୀ ଶକୁନ୍ତଳା ମହାଲିକଙ୍କ ୩ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି । ବର୍ତ୍ତମାନ ତାଙ୍କର ୩ ଶିଶୁ ଅନାଥ ହୋଇଯାଇଛନ୍ତି । ସପ୍ତେଶ୍ୱରଙ୍କ ତିନି ଅନାଥ ଶିଶୁଙ୍କ ପାଖରେ ବୌଦ୍ଧ ଜିଲ୍ଲାର ମାରୁତି ସେନା ଟିମ୍ ପହଞ୍ଚି ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ସହିତ ଶିଶୁ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି । ମାରୁତି ସେନାର ମୁଖ୍ୟ କାର୍ଯ୍ୟକର୍ତ୍ତା ପଦ୍ମନାଭ ପ୍ରଧାନ , କେଶବହରି ଦୀପ , ଶୁଶିଲ କୁମାର ପାତ୍ର ଓ ଜ୍ଞାନେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।