ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ବ୍ଲକ ପ୍ରଶାସନ

0 1,048

ବୌଦ୍ଧ,୨୦/୬- ଆଜି କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବନ୍ଦନା ଖଟୁଆ କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମକୁ ଯାଇ ଓଡିଶା ଭାସ୍କରର ସମ୍ବାଦଦାତା ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଇଛନ୍ତି । କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ବ୍ଲକ କର୍ମଚାରୀଙ୍କ ସହଯୋଗ ପାଣ୍ଠିରୁ ୧୦ହଜାର ୬ଶହ ଟଙ୍କା ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଛନ୍ତି । ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ଓ ଏନଏଫବିଏସ ଯୋଜନାରେ ସାମିଲପାଇଁ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ତାଙ୍କଠାରୁ ଆଣିଥିବା ଜଣାପଡିଛି ।

hiring

ସେହିପରି ଆଜି କୁଲିହାପାଲି ଗ୍ରାମର କରୋନାରେ ପିତୃମାତୃହରା ବାଳକ ସୁଧୀର ମେହେରଙ୍କୁ ଭେଟି ଶାନ୍ତ୍ୱନା ଦେବାସହିତ ବ୍ଲକ କର୍ମଚାରୀଙ୍କ ସହଯୋଗ ପାଣ୍ଠିରୁ ୫ହଜାର ଟଙ୍କା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − sixteen =