କରୋନା କାଳରେ କଳାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା ଚକ୍ର

0 165

ସୁବର୍ଣ୍ଣପୁର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶର ସମସ୍ତ କଳାକାର ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ରୋଜଗାର ହରାଇ କିଏ ରାସ୍ତା କଡ଼ରେ ଉଠାଦୋକାନ କରିଛନ୍ତି କିଏ ପୁଣି ପେଟର ଜ୍ୱାଳା ସହିନପାରି ଦାଦନ ଯିବାକୁ ପଛାଇନାହାନ୍ତି । ଘୋର ଆର୍ଥିକ ଦୁଃସ୍ଥିତିରେ ଅଥୟ ହୋଇ ସେମାନଙ୍କ ଭିତରେ ସୃଜନାତ୍ମକ ଭାବନା ଅତିମାତ୍ରାରେ ପ୍ରଭାବିତ ହୋଇଛି । ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାକାରମାନଙ୍କ ପ୍ରତି ସଦୟ ହୋଇ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ପରିସରରେ କରୋନା କାଳରେ କଳାକାରଙ୍କ ଆର୍ଥିକ ସ୍ଥିତିକୁ ନେଇ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ ଯୋଗଦେଇ ଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି । ଜୁହାର ପରିବାର ନୂଆଦିଲ୍ଲୀ ଓ ନାଟ୍ୟଚକ୍ର ସୋନପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଶ୍ରୀ ଗଦାଧର ବାରିକ ଓ ଅନ୍ୟତମ ଅତିଥି ଭାବରେ ବିଶିଷ୍ଟ ଲୋକକଳା ଗବେଷକ ଚୌଧୁରୀ ବିଭାର ଯୋଗଦେଇ ସାଂପ୍ରତିକ ସ୍ଥିତିରେ କଳାକାରମାନେ ବହୁ ଦୁର୍ଦ୍ଦିନରେ ରହିଥିବା ପ୍ରକାଶ କରି ସେମାନଙ୍କୁ ସହାୟତା ହାତ ସମସ୍ତେ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ । ଜୁହାର ପରିବାର ନୂଆଦିଲ୍ଲୀର ସଭାପତି ବାସୁଦେବ ତ୍ରିପାଠୀ ପ୍ରଥମେ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରି ବର୍ତ୍ତମାନ ପରିପ୍ରେକ୍ଷୀରେ କଳାକାରମାନେ କିଭଳି ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ସହାୟତା ପାଇପାରିବେ ସେ ସଂପର୍କରେ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ପରିଶେଷରେ ନାଟ୍ୟଚକ୍ରର ନିର୍ଦ୍ଦେଶକ ମନୋଜ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × five =