ଚାଷୀଙ୍କୁ ମିଳିନି ୨୦୧୫ ମସିହା ବୀମା ଛାଡ ଟଙ୍କା : ସମବାୟ ସମିତି ଆଗରେ ଚାଷୀଙ୍କ ବିକ୍ଷୋଭ

0 367

କଣ୍ଟାମାଳ,୨୧/୬- ଚାଷୀଙ୍କ ବୀମା ଛାଡ ଅର୍ଥ ରଶି ପ୍ରଦାନ ପାଇଁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି ଅଧିନରେ ରହୁଥିବା ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଚାଷୀଙ୍କ ଅଭିଯୋଗ ଅନୁସାରେ ଚାଷୀ ମାନେ ଗତ ୧୮ ତାରିଖ ଦିନ ଏ ବିଷୟରେ କଣ୍ଟାମାଳ ସେବା ସମବାୟ ସମିତି ସଂପାଦକଙ୍କୁ ଅବଗତ କରିଥିଲେ ମାତ୍ର ସଂପାଦକ ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ ଏବିଷୟରେ ଅବଗତ ନୁହଁ ବୋଲି କହିଥିଲେ । ଚାଷୀଙ୍କ ୭୨ ଘଣ୍ଟାର ମହଲତି ପରେ କୌଣସି ସମାଧାନ ନହେବାରୁ ଆଜି ଶତାଧିକ ଚାଷୀ ଏହି ଅର୍ଥ ପାଇଁ କଣ୍ଟାମାଳ ସେବା ସମବାୟ ସମିତି ସମ୍ମୁଖରେ ବିକ୍ଷୋଭ କରିବା ସହିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

hiring

ଚାଷୀ ମାନଙ୍କ ଅସନ୍ତୋଷ ଦେଖି ସ୍ଥାନୀୟ ପୋଲିସ ଘଟଣାର ହସ୍ତକ୍ଷେପ କରି ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମାତ୍ର ଆଜି ମଧ୍ୟ ଚାଷୀଙ୍କ ଦାବୀ ପ୍ରତି କେହି କର୍ଣ୍ଣପାତ ନକରିବାରୁ ଚାଷୀମାନେ ଉତ୍ୟକ୍ତ ହୋଇ କଣ୍ଟାମାଳ ସେବା ସମବାୟ ସମିତି ଏବଂ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରିଥିଲ । ଆଜି ଏହି ବୀମାରାଶି ପାଇଁ ଚାଷୀ ମାନେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ସହ ବୀମା ରାଶି ପ୍ରଦାନ ତୁରନ୍ତ କରାନଗଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

19 − 3 =