ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ଆଜି ରାତି ଗୋଟାଏରୁ ପହଣ୍ଡି

0 97

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ । ସ୍ନାନବେଦିରୁ ଗଜ ବେଶରେ ବିଶ୍ୱର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ । କୋଭିଡ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଆଜି ରାତିରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିବା ପରେ ରାତି ୧ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ । ଏଥିପାଇଁ ବାହୁଟକଣ୍ଟ ଓ ଚାରବନ୍ଧା କାମ ଶେଷ ହୋଇଛି । ୨୪ ତାରିଖ ସକାଳୁ ସ୍ନାନବେଦିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରୁ ଗଜବେଶ ଓଲାଗି ପରେ ଅପରାହ୍ନ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ପରେ ୧୫ ଦିନିଆ ଅଣସର ନୀତି ଆରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

fifteen + six =