ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ

0 96

ହରଭଙ୍ଗା,୨୪/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଠିଡିକାଜୋର ଶ୍ରୀ ପରୁଷୋତ୍ତମଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏଥିପାଇଁ ପ୍ରାତଃ ସମୟରୁ ଅଳ୍ପ ସଂଖ୍ୟକ ପୂଜକ ଓ ମନ୍ଦିର କମିଟି ସଦସ୍ୟଙ୍କ ମଧ୍ୟରେ ଯଥାରୀତି ପୂଜାର୍ଚ୍ଚନା ପରେ ଧଳପୁର ମହାନଦୀ ଘାଟରୁ ପବିତ୍ର ଜଳ ଆଣାଯାଇଥିଲା । ପରେ ମହାପ୍ରଭୁଙ୍କୁ ପହଣ୍ଡିକରି ସ୍ନାନ ମଣ୍ଡପରେ ବିଜେ କରାଇ ଯଜ୍ଞାନୁଷ୍ଠାନ ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ଓ ସ୍ନାନପରେ ଶ୍ରୀଜୀଉମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ସମସ୍ତ ପୂଜାର୍ଚ୍ଚନା କୃପାସିନ୍ଧୁ ପଣ୍ଡା, ଜିତେନ୍ଦ୍ର କୁମାର ଦାଶ, ବାମଦେବ ଦାଶ, ସନ୍ତୋଷ ପ୍ରଣିଗ୍ରାହୀଙ୍କ ଦ୍ୱାରା ଯଥା ରୀତିନୀତିରେ ସଂପର୍ଣ୍ଣ ହୋଇଥିବାବେଳେ ସିକନ ନାୟକ,ଏସ ସାତ୍ରୀ ପାତ୍ର, କମିଟି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ଅର୍ଜୁନ କହଁର,ଦୁଯ୍ୟୋଧନ ସାହୁ ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ସ୍ନାନପୂଣ୍ଣିମାର ସମସ୍ତ କାର୍ଯ୍ୟ ରଥ ମହୋତ୍ସବ କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବାଧାନରେ ହୋଇଥିଲା । ସେହିପରି ତିଲେଶ୍ୱର, ରାମଗଡ, ହରଭଙ୍ଗା, ପୁରୁଣାକଟକ, ନାଏକପଡା ପାତାଳି ଗୁମ୍ଫା ଆଦି ସ୍ଥାନରେ କରୋନା କଟକଣା ଭିତରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥଲା ।

hiranchal ad1
Leave A Reply

Your email address will not be published.

eight + two =