କରୋନାରେ ଜୀବିକା ହରାଉଛନ୍ତି ବୌଦ୍ଧଜିଲ୍ଲାର ଅସହାୟ ୧୦ହଜାର ବୁଣାକାର

0 329

ବୌଦ୍ଧ/ବାଉଁଶୁଣୀ,୨୫/୬ – ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ୍‌ ଥିଲା, ଆଉ କରୋନା ସଂକ୍ରମଣରେ ସ୍ଥିତି ସୁଧାର ଆସିବାରୁ ରାଜ୍ୟ ସରକାର ଆଂଶିକ ଲକ୍‌ଡାଉନ୍‌ ମଧ୍ୟ କରିଛନ୍ତି । କିନ୍ତୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ବୌଦ୍ଧଜିଲ୍ଲାର ପ୍ରାୟ ୧୦ହଜାର ବୁଣାକାର ମାନଙ୍କ ଉପରେ ଦାଉ ସାଜିଛି କରୋନା ଏବଂ ଲକ୍‌ଡାଉନ୍‌ । ବଜାର ବନ୍ଦ ଯୋଗୁଁ ଯାହା କିଛି ବୁଣିଥିଲେ ତାହା ବିକ୍ରିବଟା ହୋଇପାରୁନି । ଏପଟେ କଞ୍ଚାମାଲର ଅଭାବ ଯୋଗୁଁ ବନ୍ଦ ହୋଇ ଗଲାଣି ଲୁଗାବୁଣା । କାମ ବନ୍ଦ୍‌ ଓ ରୋଜଗାର ବି ବନ୍ଦ୍‌ ଯୋଗୁଁ ଚିନ୍ତାରେ ବୁଣାକାର ପରିବାର, ଖଣ୍ଡିଏ ଶାଢ଼ୀ ତିଆରି ପାଇଁ ସାରା ପରିବାର ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର ଉଠାଦୋକାନୀ, ଚାଷୀ, ଶ୍ରମିକ ଏମାନଙ୍କ ପାଇଁ ସୁବିଧା କରୁଥିବାବେଳେ ବୁଣାକାର ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରୁଥିବା ବୁଣାକାର ମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଯଦି ରାଜ୍ୟ ସରକାର କିମ୍ୱା ବୟନଶିଳ୍ପ ଅଧିକାରୀ ବୁଣାକାରମାନଙ୍କ ଉପରେ ଦୃଷ୍ଟି ଦିଅନ୍ତି ତେବେ ଏ ଅସମୟରେ ସେମାନେ ରୋଜଗାରକ୍ଷମ ହେବାସହ ପରିବାର ଚଳାଇବାରେ ସକ୍ଷମ ହୁଅନ୍ତେ ।

hiranchal ad1
Leave A Reply

Your email address will not be published.

four × 3 =