ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତରେ ବାଧା

0 124

ବୌଦ୍ଧ/ବାଉଁଶୁଣୀ,୨୫/୬:- ବୌଦ୍ଧବ୍ଲକ ଶଗଡାରୁ ଝଗଡୁଗାଡିଆ ରାସ୍ତା ଏବେ ଶୋଚନୀୟ ହୋଇପଡିଛି । ଟିକିଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି । ଅଲଗା କୌଣସି ରାସ୍ତା ନ ଥିବାରୁ ପ୍ରାୟ ୨ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ । ରୁଗୁଡ଼ାଗୁଡା, ଝଗଡୁଗାଡିଆ, ଯୁନାନି, ଚିଙ୍ଗୁଡ଼ିପାଲି ଏମିତି ଅନେକ ଛୋଟ ଛୋଟ ଗାଁର ଲୋକ ଦୈନନ୍ଦିନ ଯିବାଆସିବା କରନ୍ତି । ହେଲେ ଅଳ୍ପଟିକିଏ ବର୍ଷା ହେଲେ ରାସ୍ତାରେ ପାଣି ଜମି କାଦ ହୋଇଯାଉଛି । ବର୍ଷା ଦିନେ ଏହି ରାସ୍ତା କାଦୁଅ ହେଉଥିବାରୁ କୌଣସି ଆମ୍ବୁଲାନସ୍‌ ମଧ୍ୟ ଯାଇ ପାରୁନଥିବାରୁ ରୋଗୀମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଖୁବଶୀଘ୍ର ଏହି ରାସ୍ତା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଆବଶ୍ୟକୀୟ ମରାମତି କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

15 − 15 =