ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ଭଡା ଦିଆଯାଉଛି, ସରକାରଙ୍କ ଯୋଜନା ବାଟ ହୁଡୁଛି

0 137

ଗଜପତି,୨୫/୬-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ ୱାଡର଼୍ରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯାଇଛି । ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ନ ଯୋଗାଇ ସ୍ୱଚ୍ଛଳ ଓ ଧନୀ ଶ୍ରେଣୀର ଲୋକଙ୍କୁ ଯୋଗାଯାଇଥିବା ଅଭିଯୋଗ ହେଉଛି । ସରକାର ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ସକାଶେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବାବେଳେ ଧନୀକ ଶ୍ରେଣୀ ହାତେଇବାରେ ସରକାରଙ୍କ ଯୋଜନା ବାଟ ହୁଡୁଥିବାର ଅଭିଯୋଗ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁଇ ମହଲା କରି ଭଡାସୂତ୍ରରେ ଲଗାଯାଉଥିବାର ଅଭିଯୋଗ ହେଉଛି । ତେଣୁ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two − 1 =