ଭୁବନେଶ୍ୱର,୨୫/୬- ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଷାଦ ଅତିକ୍ରମକରି ଓଡିଶା ଏବେ ଶୂନ୍ୟ ମ୍ୟାଲେରିଆ ରାଜ୍ୟ ଦିଗରେ ଅଗ୍ରସର ହେଉଥିବା ଜଣାପଡିଛି । ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମ୍ୟାଲେରିଆ ପଜିଟିଭ ହାର ୯୦ ପ୍ରତିଶତ କମିଛି ଏବଂ ମୃତ୍ୟୁସଂଖ୍ୟା ୭୭ରୁ ୯କୁ ହ୍ରାସ ପାଇଛି । ଏହି ଧାରା ଆଗକୁ ବଜାୟ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡିଶାର ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବେଷ୍ଟ ପ୍ରାକ୍ଟିସ ଭାବେ ସ୍ୱୀକୃତି ଦେଇଛି ।