ବିଦ୍ୟୁତ ସମସ୍ୟାକୁ ନେଇ ରାୟଗଡ ନଗର ଭାଜପା ପକ୍ଷରୁ ଦାବିପତ୍ର ପ୍ରଦାନ

0 47

ରାୟଗଡ: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟିର ରାୟଗଡ ନଗର କମିିଟିର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ସହରରେ ବିଦ୍ୟୁତ ସମସ୍ୟାକୁ ନେଇ ଟିପିଏସଓଡିଏଲର ଏସଡିଓ ବଳରାମ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତମାନ କୋଭିଡ-୧୯ କଟକଣା ଯୋଗୁଁ ଉଭୟ ବ୍ୟବସାୟୀ ଓ ସାଧାରଣ ଜନତା ନାନା ପ୍ରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତି କଠିନ ପରିସ୍ଥିତିରେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ବିଲ ଆଦାୟ କରିବା,ଅଘୋଷିତ ବିଦ୍ୟୁତ କାଟ କରିବା ଓ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି ବ୍ୟବସାୟ ଓ ସାଧାରଣ ଲୋକଙ୍କୁ ଲକଡାଉନ ସମୟକୁ ହିସାବ କରି ବିଦ୍ୟୁତ ବିଲ୍ ଛାଡ କରିବା ପାଇଁ ସଭାପତି ଶ୍ରୀ ଦାସ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ରାୟଗଡ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା,ନଗର ସାଧାରଣ ସଂପାଦକ ଅଜୟ ଚୁଲେଟ,ନଗର ଉପସଭାପତି ଶ୍ରୀମତି ମଂଜୁଳା ମିଣିଆକା,ସଂପାଦକ ଜଗଦୀଶ ସୁନାରୀ,କୋଷାଧ୍ୟକ୍ଷ ବିଦ୍ୟା ସାଗର,ସୁଶାନ୍ତ ମିଶ୍ର,ଶ୍ରୀମତି ଝରଣା ମହାନ୍ତି,ଯୁବମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ,ସାଧାରଣ ସଂପାଦକ ଜୟରାମ ବର୍ମା,ଜିଲ୍ଳା ଏସସି ମୋର୍ଚ୍ଚା ସଭାପତି ଟି.ନାଗାରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

three × 4 =