ଆଇଏଏସ୍‌ ଗୁରୁପ୍ରସାଦଙ୍କୁ ମନେ ପକାଇଲେ ମୋଦି

0 91

ନୂଆଦିଲ୍ଲୀ,୨୭/୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଗୁଜୁରାଟ କ୍ୟାଡର ଓଡିଆ ଆଇଏଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ । ଭାବବିହ୍ୱଳ ହୋଇ ଓଡିଶାର ଏହି ବରିଷ୍ଠ ଗୁଜୁରାଟ କ୍ୟାଡର ୧୯୮୬ ବ୍ୟାଚର ଅଧିକାରୀଙ୍କୁ କର୍ତ୍ତବ୍ୟ ନିଷ୍ଠା ଓ ଦେଶପ୍ରେମ ପାଇଁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଦେଶ ଜଣେ କର୍ମବୀରଙ୍କୁ ହରାଇଲା । କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ବି ସେ ନିଜ ସରକାରୀ କର୍ତ୍ତବ୍ୟରେ ବ୍ରତୀ ଥିଲେ । ଦେଶର ବିଭିନ୍ନ ଅଞ୍ଚଳକୁ କିଭଳି ଅକ୍ସିଜେନ ସିଲିଣ୍ଡର ପହଞ୍ଚିପାରିବ ତାହାର ବ୍ୟବସ୍ଥା ନିଜେ ତଦାରଖ କରୁଥିଲେ । ଘର ଲୋକଙ୍କ ବାରଣ ସତ୍ୱେ ଅସୁସ୍ଥତା ଭିତରେ ସେ ଅକ୍ଳାନ୍ତ ପରିଶ୍ରମ କରୁଥିଲେ । ବିଶ୍ରାମ ନେବାକୁ କୁହା ଯିବା ସତ୍ୱେ ଭିଡଓ କନଫରେନସିଂରେ ଯୋଗଦେଇ ଦେଶବାସୀଙ୍କ ସେବାରେ ନିଷ୍ଠା ରଖିଥିଲେ । ତେବେ ମହାମାରୀ କରୋନା ତାଙ୍କୁ ଆମଠାରୁ ଛଡାଇନେଲା । ସ୍ୱର୍ଗତ ମହାପାତ୍ରଙ୍କ ଭଳି ସଚ୍ଚୋଟ ଆଇଏଏସ ଅଧିକାରୀ ଏ ଦେଶରେ ବିରଳ । ତାଙ୍କର ଦେଶଭକ୍ତିକୁ ସେ ପ୍ରଶଂସା କରୁଛନ୍ତି ବୋଲି ମୋଦି କହିଥିଲେ । ସୂଚନାଯୋଗ୍ୟ ଯେ ଚଳିତମାସ ୧୯ ତାରିଖରେ ସେ କୋଭିଡ ପରବର୍ତ୍ତୀ ଜଟିଳ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱର୍ଗତ ମହାପାତ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯ୍ୟରତ ଥିଲେ ।

hiranchal ad1
Leave A Reply

Your email address will not be published.

twelve − 8 =