ରାଷ୍ଟ୍ରପତି ହେବା ଥିଲା ମୋ କଳ୍ପନା ବାହାର

0 111

ନୂଆଦିଲ୍ଲା,୨୭/୬- ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ନିଜକୁ ଆଜିବି ଦେଖୁନାହାନ୍ତି । ଦେଶର ସେ ଜଣେ ସାଧାରଣ ନାଗରିକ ଭାବେ ନିଜର ପରିଚୟକୁ ସୀମିତ ରଖିବାପାଇଁ ସବୁବେଳେ ଚେଷ୍ଟା କରୁଥିବାବେଳେ ଆଜି ଭାବପ୍ରବଣ ହୋଇ କହିଛନ୍ତି ଯେ ତାଙ୍କପରି ଗୋଟିଏ ସାଧାରଣ ପରିବାରର ବାଳକ ଦିନେ ଏ ଦେଶର ରାଷ୍ଟ୍ରପତି ହେବ ତାହାଥିଲା ତାଙ୍କ କଳ୍ପନାର ବାହାର । ସଂପ୍ରତି ନିଜ ଜନ୍ମଭୂମି ଗସ୍ତରେ ଥିବା ରାଷ୍ଟ୍ରପତି କୋବିନ୍ଦ ଉତ୍ତର ପ୍ରଦେଶର କାନପୁର ସହରରେ ତାଙ୍କ ପିଲାବେଳର ସ୍ମୃତିକୁ ମନେପକାଇବା ସହିତ ସେମାନଙ୍କୁ ନିକଟରୁ ଦେଖି ଭାବବିହ୍ୱଳ ହୋଇ ପିଲାଦିନର କଥା ମନେପକାଇଛନ୍ତି । ଏହାସହିତ ସେ ଗାଁର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଏହି ଗାଁର ମାଟି ପାଣି ପବନ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ ତାଙ୍କୁ ଆଜି ଭାରତ ଭଳି ବିରାଟ ଗଣତାନ୍ତ୍ରିକ ଦେଶରେ ସର୍ବୋଚ୍ଚ ପଦରେ ଅଧିଷ୍ଠିତ କରିପାରିଛି ।

hiranchal ad1
Leave A Reply

Your email address will not be published.

9 + 9 =