ଗଜପତିର ବନ୍ୟପ୍ରାଣୀ ତତ୍ୱାବଧାରକ ମନୋନୀତ ହେଲେ ଡକ୍ଟର. ଅନନ୍ତ ରାମ କର

0 97

ଗଜପତି,୨୭/୬- ଗଜପତି ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭାବେ ଡକ୍ଟର ଅନନ୍ତ ରାମ କର ଆସନ୍ତା ୨ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଗଜପତି ଜିଲ୍ଲାର ଲଖାରୀ ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମର ବାସିନ୍ଦା ଡକ୍ଟର କର ଲଖାରୀ ଅଭୟାରଣ୍ୟର ସୁରକ୍ଷା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଗତ କୋଡ଼ିଏ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଏଥିନିମନ୍ତେ ରାଜ୍ୟ ସରକାର ତାଙ୍କୁ ୨୦୦୮ ମସିହାରେ ପ୍ରକୃତି ବନ୍ଧୁ,୨୦୧୪ ମସିହାରେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଜଙ୍ଗଲର ଜୀବଜନ୍ତୁ ଔଷଧୀୟ ବୃକ୍ଷଲତା ପରିଚୟ, ଆମ ପରିଚିତ ପକ୍ଷୀ, ଲଖାରୀ ବଞ୍ଚାଅ ଆଦି ପୁସ୍ତକ ସେ ରଚନା କରିଛନ୍ତି । ବାୟା ଚଢେଇ ସଂପର୍କରେ ଏକ ପ୍ରାମାଣିକ ଟେଲିଚ୍ଚିତ୍ର ପ୍ରସ୍ତୁତକରି ସେ ପ୍ରଶଂସା ପାଇଥିଲେ । ହାତୀଙ୍କ ସୁରକ୍ଷା ଦିଗରେ ଗବେଷଣା କାର୍ଯ୍ୟ ଏବଂ ରାଜ୍ୟ ସରକାରଙ୍କ ଆଲୋଚନାରେ ସେ ବହୁବାର ଯୋଗ ଦେଇଛନ୍ତି । ଗଜପତି ଗଞ୍ଜାମ ସୀମାରେ ବର୍ତ୍ତମାନ ଆବାସୀ ଭାବେ ବିଚରଣ କରୁଥିବା ବାଲିହରିଣଙ୍କ ସୁରକ୍ଷା ନିମନ୍ତେ ସେ ଗତ ୫ ବର୍ଷ ଧରି ଉଦ୍ୟମ ଚଳାଇଛନ୍ତି । ଗଜପତି ଜିଲ୍ଲାର ବନ୍ୟପ୍ରାଣୀ ତତ୍ୱାବଧାରକ ରୂପେ ମନୋନୀତ ହେବା ଅବସରରେ ଡକ୍ଟର କର ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

9 − two =