ବିଜେଡିର ପୁନମ ହେଲେ କନ୍ଧମାଳ ଜିଲ୍ଲା ମହିଳା ସଭାପତି ଓ ସୁଜାତା ମହିଳା ରାଜ୍ୟ ସମ୍ପାଦକ

0 411

ଫୁଲବାଣୀ,୨୭/୬- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ପୁନମ କହଁର ହେଲେ ବିଜୁ ଜନତା ଦଳର କନ୍ଧମାଳ ମହିଳା ଜିଲ୍ଲା ସଭାପତି । ପୂର୍ବରୁ ସେ ଜିଲ୍ଲାର ମହିଳା ଉପ ସଭାପତି ରୂପେ କାର୍ଯ୍ୟ ତୁଲାଉଥିଲେ । ସେହିପରି କନ୍ଧମାଳରୁ ଆଉ ଜଣେ ମହିଳା ନେତ୍ରୀଙ୍କୁ ବିଜେଡି ସୁପ୍ରିମୋ ମହିଳା ରାଜ୍ୟ ସମ୍ପାଦକ ରୁପେ ମନୋନୀତ କରିଛନ୍ତି । ସେ ହେଉଛନ୍ତି କନ୍ଧମାଳ ଜିଲ୍ଲାର ବାରଖମା ଜୋନ ନମ୍ବର୍‌ ୧୬ର ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲ । ପୁନମ ଜିଲ୍ଲା ସଭାପତି ଏବଂ ସୁଜାତା ରାଜ୍ୟ ସମ୍ପାଦକ ରୂପେ ମନୋନୀତ ହୋଇଥିବାରୁ ଦୁହେଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବା ସହ ମାନ୍ୟବର ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମଧ୍ୟ କୃତଜ୍ଞତା ଓ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଉଭୟଙ୍କୁ କନ୍ଧମାଳ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣର୍, ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠୀ, ସଂଖ୍ୟା ଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ,ବିମଳ କୁମାର ନାୟକ ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × one =