ପ୍ରାଣୀ ବିଜ୍ଞାନରେ ସ୍ୱର୍ଣ୍ଣପଦକ ଆଣିଲେ କନ୍ଧମାଳର ଝିଅ ଶକୁନ୍ତଳା

0 455

ଫୁଲବାଣୀ,୨୭/୬- କନ୍ଧମାଳର ଏକ ଛୋଟିଆ ଗାଁରୁ ଯାଇ ପ୍ରାଣୀ ବିଜ୍ଞାନ ସ୍ନାତକତ୍ତୋରରେ ସ୍ୱର୍ଣ୍ଣପଦକ ହାସଲ କରିଛି ଆଦିବାସୀ ଝିଅ ଶକୁନ୍ତଳା କହଁର । ଆଉ ଉଦାହରଣ ସାଜିଛି କନ୍ଧମାଳ ପାଇଁ । ଆଜି କିସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ପାଇଥିବା ଶକୁନ୍ତଳାର ନାମ ଘୋଷଣା କରଯାଇଥିଲା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲଗୁଡା ପଞ୍ଚାୟତର ଏକ ଛୋଟ ଗାଁ ଟକେରିଗୁଡା ଶକୁନ୍ତଳାର ଗାଁ । ଟିକାବାଲି ଏ ଏମ ସି ଏସ କଲେଜରୁ ବିଜ୍ଞାନରେ ପ୍ରଥମ ସ୍ଥାନରେ ପାସ ହେଲାପରେ କିସ ବିଶ୍ୱବିଦ୍ୟାଳୟରେ ସ୍ନାତକତ୍ତୋରରେ ନାମଲେଖାଇଥିଲେ । ନିଜର ପରିଶ୍ରମ ଓ ଅଧ୍ୟବସାୟବଳରେ ଏବଂ ଅଧ୍ୟାପକଙ୍କ ମାର୍ଗଦଶନ ଫଳରେ ଏହି ସ୍ଥାନରେ ପହଞ୍ଚିଥିବା ଶକୁନ୍ତଳା କହିଛନ୍ତି । ଏହି ସ୍ୱର୍ଣ୍ଣପଦକ ପାଇଁ ସମସ୍ତ ଶ୍ରେୟ ତାଙ୍କ ବାପା ମା ଓ କିସ ଓ କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି । ବର୍ତ୍ତମାନ କନ୍ଧମାଳର ଗର୍ବ ଓ ଗୌରବ ପାଲଟିଛି ଶକୁନ୍ତଳା ଓ ଅନେକ ଆଦିବାସୀ ଝିଅଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 12 =