କାର୍ଯ୍ୟରେ ଲାଗୁନି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ

0 156

ବୌଦ୍ଧ/ଜହ୍ନାପଙ୍କ,୨୮/୬- ବୌଦ୍ଧବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ବୁଢୀପଦର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ହରିଜନ ଓ ଆଦିବାସୀ ବିଭାଗ ପକ୍ଷରୁ ଆରଏଲଟିଏପି ଯୋଜନାରୁ ହରିଜନ ଓ ଆଦିବାସୀ ଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ କୋଠା ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି କୋଠା ନିର୍ମାଣ ହୋଇ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ନହୋଇ ପଡିରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କୋଠାକୁ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ ପାଚେରୀ ମଧ୍ୟ ନିର୍ମାଣ ହୋଇନାହିଁ । କୋଠରୀର ଚାବି ହସ୍ତାନ୍ତର ହୋଇନଥିବାରୁ ଛାତ୍ରୀନିବାସ କାର୍ଯ୍ୟରେ ଲାଗିପାରୁନାହିଁ । ଫଳରେ ଛାତ୍ରୀ ଅବିଭାବଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସରକାର ହରିଜନ ଓ ଆଦିବାସୀ ବର୍ଗର ଛାତ୍ରୀମାନେ ଏଠାରେ ରହି ପାଠ ପଢିବାପାଇଁ ଏହି ଛାତ୍ରୀନିବାସ ନିର୍ମାଣ ଲକ୍ଷ୍ୟ ଏବେ ମରୀଚିକା ପାଲଟିଛି । ସୂଚନାଯୋଗ୍ୟ ଯେଉଁ ଅଞ୍ଚଳରେ ଆଦିବାସୀ ଓ ହରିଜନ ତଥା ଅନୁନ୍ନତ ଅଞ୍ଚଳରେ ଏହି ଛାତ୍ରୀନିବ ।ସ ନିର୍ମାଣ କରିଥିଲେ ଛାତ୍ରୀଙ୍କ କାର୍ଯ୍ୟରେ ଲାଗିବା ସଙ୍ଗେ ସଙ୍ଗେ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇଥାନ୍ତା । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଯୋଗୁଁ ଛାତ୍ରଛାତ୍ରୀଙ୍କ କାମରେ ଲାଗିବା ତ ଦୂରର କଥା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ଶିକ୍ଷାବିତମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ବ୍ଳକ ପ୍ରଶାସନର ଚରମ ଅବହେଳା ଓ ଅପାରଗତା ଯୋଗୁଁ ଏହା ଭୂତକୋଠି ପାଲଟିଛି । କୋଠା କାମ ସମ୍ପୂର୍ଣ୍ଣ ହେଲାପରେ ଠିକାଦାର ବ୍ଳକ ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ହେଲେ ତରବରିଆ ଭାବେ ଠିକାଦାର ସମ୍ପୂର୍ଣ୍ଣ କରିଥିବାରୁ ବ୍ୟବହାର ପୂର୍ବରୁ ଶୌଚାଳୟ କବାଟ ଭାଙ୍ଗି ଯାଇଥିବା ଶିକ୍ଷକମାନେ ପ୍ରକାଶ କରିଛନ୍ତି । ପୁନଶ୍ଚ ଏହି ଛାତ୍ରୀନିବାସକୁ ବିଦ୍ୟୁତ ସଂଯୋଗ ଓ ପାଚେରୀ ହୋଇନାହିଁ । ଶୌଚାଳୟକୁ ସଂଯୋଗ କରୁଥିବା ପାଇପଗୁଡିକ ଠିକାଦାର ନପୋତି ଖୋଲା ଛାଡିଦେଇଥିବା ଓ ଲେଟିନ ଟାଙ୍କିଗୁଡିକ ମଧ୍ୟ ମାଟି ଫିଲିଂ କରି ନଥିବାରୁ ଗାତ ଗୁଡିକ ଖୋଲା ରହିବାଯୋଗୁଁ ବିପଦକୁ ଆମନ୍ତ୍ରଣ କରୁଛି । ଅଞ୍ଚଳର ହରିଜନ ଓ ଆଦିବାସୀ ବର୍ଗର ଛାତ୍ରୀଙ୍କୁ ହଷ୍ଟେଲରେ ରହି ପାଠ ପଢିବାପାଇଁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଉକ୍ତ କୋଠ ନିର୍ମାଣ କରିଥିଲେ । ଅଞ୍ଚଳର ଅନେକ ଏସ ଟି ଏସ ସି ବର୍ଗର ଛାତ୍ରୀ ଉକ୍ତ ସୁବିଧା ପାଇବା ପାଇଁ ଆଶା ରଖିଥିବା ବେଳେ କୋଠା ଉଦଘାଟନର ୪ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ କରାନଯିବାରୁ ସେମାନଙ୍କ ଆଶା ଆଶାରେ ରହିଯାଇଛି । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଏହି ଛାତ୍ରୀନିବାସକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

eight − three =