ଇମ୍ଫା ଶିଳ୍ପ ଗୋଷ୍ଠୀର କୋଭିଡ ଟୀକାକରଣ କାର୍ଯ୍ୟକ୍ରମ

0 83

ରାୟଗଡ/୨୮/୦୬:- କରୋନା ମହାମାରୀରୁ ସୁରକ୍ଷା ପାଇଁ ଥେରୁବାଲିରେ ଇମ୍ଫା ଶିଳ୍ପ ଗୋଷ୍ଠୀ ତରଫରୁ ମାଗଣାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସମସ୍ତ ବର୍ଗର ଶ୍ରମିକ ଓ ତାଙ୍କର ପରିବାର ସଦସ୍ୟଙ୍କ ମନରେ ନୂତନ ଆଶାର ସଂଚାର କରିପାରିଛି । ଏହି ଟୀକାକରଣରେ ସ୍ୱତଃ ପବୃତ୍ତ ଭାବେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି , ଗାଁର ମୁଖିଆ , ଜାନୀ ,ଦିସାରୀ ଓ ସାଆନ୍ତା ,ନାଗରିକ ମଂଚର ସମ୍ପାଦକ, ସ୍ୱେଚ୍ଛାସେବୀ ଆଦିବାସୀ ଯୁବକଯୁବତୀ । ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଓ ତାଙ୍କର ପରିବାର ବର୍ଗ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ହୋଇଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମ ଇମ୍ଫା ଶିଳ୍ପ ଗୋଷ୍ଠୀ, ଫିକି ଓ ଆପୋଲୋ ହସିପିଟାଲର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଇମ୍ଫାର ଉପସଭାପତି କେ.ଭି.ରାଓ, ଉପ ମହା ପ୍ରବନ୍ଧକ(ମାନବ ସମ୍ବଳ ଓ ପ୍ରଶାସନ) କଲୋଲ କୁମାର ନାୟକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ସହଯୋଗ କରିଥିଲେ । ଇମ୍ଫା ହସ୍ପିଟାଲର ଡାକ୍ତର ପ୍ରଶାନ୍ତ କୁମାର କରଙ୍କ ତତ୍ୱାବଧାନରେ ,ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଟୀକାକରଣ କରାଯାଇଛି । ଇମ୍ଫା ଦ୍ୱାରା ମୁଁ ଓ ମୋର ପରିବାର ବର୍ତ୍ତମାନ ସୁରକ୍ଷିତ ବୋଲି ନିଜର ମତ ପ୍ରକାଶ କରିଛନ୍ତି ଥେରୁବାଲି ନାଗରିକ ମଂଚର ସମ୍ପାଦକ ଭାସ୍କର ଅମରସିଂ । ଶ୍ରମିକ ଓ ତାଙ୍କର ପରିବାର ବର୍ଗ ପାଇଁ ମାଗଣାରେ ଓ ସୁବିଧାରେ ଟୀକାକରଣ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଇମ୍ଫାର ସମସ୍ତ ଶ୍ରମିକ ସଂଗଠନ କାରଖାନା କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − 13 =