ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

0 193

କଟକ : ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ କରାଗଲା । ଆଉ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଲା । ପାସ୍‌ ହାର ବି ଖୁବ୍‌ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା । କିନ୍ତୁ ଏହାକୁ ନେଇ ପିଲାମାନେ ସନ୍ତୋଷ ହେଲେନି ଅନେକ ସ୍ଥାନରେ । ଅଭିଭାବକଙ୍କ ସମେତ ପିଲାମାନେ ଅନେକ ସ୍ଥାନରେ ଧାରଣା ଓ ପ୍ରତିବାଦ କରୁଛନ୍ତି । ସେଭଳି ଦୃଶ୍ୟ ଆଜି କଟକରେ ଦେଖିବାକୁ ମିଳିଛି ।
କଟକ ବୋର୍ଡ କାର୍ଯ୍ୟାଳୟ ବାହାରେ ଶତାଧିକ ଛାତ୍ରଛାତ୍ରୀ ରାସ୍ତାରେ ବସିଥିଲେ । ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ସମାଧାନ ବାହାରିଲା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଅଡ଼ି ରହିଲେ । କିନ୍ତୁ ଅନ୍ୟପକ୍ଷରେ ପୂର୍ବ ଘୋଷଣା ଭଳି ବୋର୍ଡ କର୍ତ୍ତୃପକ୍ଷ କହିଲେ ଯେ ମାର୍କରେ ସନ୍ତୁଷ୍ଟ ନ ଥିଲେ ଦ୍ୱିତୀୟ ଥର ଅଫ୍‌ ଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ତେବେ ଏଭଳି ସମସ୍ୟା ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।
ସେହିପରି କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ପରୀକ୍ଷା ଫଳକୁ ନେଇ ହୋହଲ୍ଲା କରିଥିଲେ । ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଥିଲେ । ଅନ୍ୟପଟେ ପୁରୀ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବି ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

3 − 3 =