ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ ଏବଂ ଶିଶୁବିକାଶ ସମିତି

0 168

ଫୁଲବାଣୀ/ବାଲିଗୁଡା,୨୮/୬ – ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ, ବାଲିଗୁଡ଼ା ଶ୍ରୀମତୀ ଅନୀତା ଦାସଙ୍କ ନେତୃତ୍ବରେ ସୁପରଭାଇଜର ଶ୍ରୀମତୀ ମଞ୍ଜୁଲତା ବେହେରା,ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଚାଇଲ୍ଡଲାଇନ୍ ଟିମ୍ ଚିକୁନ୍ କୁମାର ପ୍ରଧାନ ଓ ସୁପ୍ରଭା ନାୟକଙ୍କ ସହ ମିଳିତଭାବେ ବାଲିଗୁଡା ଥାନା କର୍ମଚାରୀଙ୍କ ସହଯୋଗରେ ବାଲିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ବାଟାଗୁଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ୧୭ ବର୍ଷୀୟା ନାବାଳିକାର ବିବାହ ବନ୍ଦ କରାଯାଇଛି । ସୁଚନା ଅନୁସାରେ ନାବାଳିକାର ବିବାହ ଫିରିଙ୍ଗିଆ ଥାନା ଅଞ୍ଚଳରେ ହେବାର ଥିଲା । ଦିନବେଳା ଗ୍ରାମବାସୀ ଓ ବନ୍ଧୁବାନ୍ଧବ ଭୋଜି ଖାଇସାରିଥିଲେ ଏବଂ ସଂଧ୍ୟା ସମୟରେ ଝିଅ ବିଦା ହେବାର ଥିଲା ଏହି ସମୟରେ ପ୍ରଶାସନର ମିଳିତ ଟିମ୍ ପହଞ୍ଚି ବିବାହକୁ ବନ୍ଦ୍ କରିଥିଲେ । ଏହାପରେ ନାବାଳିକା ଓ ତାର ପିତାମାତାଙ୍କୁ ଜେରା କରିଥିଲା ଟିମ୍ । ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରାଇଥିଲେ ପରିବାର ଲୋକଙ୍କୁ । ଏହାପରେ ନାବାଳିକାର ପିତାମାତା ସହମତି ପ୍ରଦାନ କରି ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ପରେ ସିଏମ୍ ପିଓଙ୍କ ତରଫରୁ ବାଲିଗୁଡା ଥାନାରେ ଷ୍ଟେସନ ଡାଏରୀ କରାଯାଇଥିଲା ଏବଂ ଭର୍ଚ୍ଚୁଆଲରେ ଶିଶୁମଙ୍ଗଳ କମିଟିରେ ହାଜର କରାଯାଇ ପରିବାରକୁ ପଠାଯାଇଥିଲା। ସରକାରୀ ସ୍ତରରେ ବିଭିନ୍ନ ଉପାୟରେ ବାଲ୍ୟ ବିବାହ ରୋକିବା ଓ ଏହାର କୁପରିଣତି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ତଥାପି କିଛି ଅମାନିଆ ନିଜ ସ୍ବାର୍ଥ ଦୃଷ୍ଟିରୁ ଏଭଳି କର୍ମ କରୁଛନ୍ତି । ଘଟଣାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ଅଧିକ ଶକ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 2 =