ପଞ୍ଚାୟତକୁ ୫ହଜାର ଜରିମାନା ଗଣିଲେ ଅଜୟ ଜାଡେଜା, କାରଣ ଜାଣନ୍ତୁ

0 135

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଜରିମାନା କରାଯାଇଛି । ଗୋଆର ଏକ ଗାଁରେ ଅଳିଆ ଫିଙ୍ଗିଥିବାରୁ ଅଜୟ ଜାଡେଜାଙ୍କୁ ଜରିମାନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ଗୋଆରଆଲଡୋନା ଗାଁରେ ଅଜୟ ଜାଡେଜା ଏକ ବଙ୍ଗଳା ରହିଛି ।
ଗ୍ରାମରେ ସରପଞ୍ଚ ତୃପ୍ତି ବାନ୍ଦୋଦକର ଅଜୟ ଜାଡେଜାଙ୍କ ଉପରେ ପାଞ୍ଚ ହଜାର ଟଙ୍କା ଜରିମାନା କରିଥିଲେ । ବାନ୍ଦୋଦକର କହିଥିଲେ ଯେ ୯୦ ଦଶକର ଲୋକପ୍ରିୟ କ୍ରିକେଟର କୌଣସି ଯୁକ୍ତିତର୍କ ବିନା ଜରିମାନା ପ୍ରଦାନ କରିଛନ୍ତି । ସରପଞ୍ଚ କହିଛନ୍ତି ଯେ ଆମ ଗାଁରେ ଆବର୍ଜନା ପ୍ରସଙ୍ଗରେ ଆମେ ବହୁ ଅସୁବିଧାରେ ପଡିଛୁ ।

hiring


ସେ କହିଛନ୍ତି ଯେ ଗାଁରେ ବାହାରେ ଆବର୍ଜନା ପକାଯାଏ । ଏଥିପାଇଁ ଆମେ କିଛି ଯୁବକଙ୍କୁ ନିଯୁକ୍ତ କରିଛୁ, ଯେଉଁମାନେ ଅଳିଆ ବ୍ୟାଗ ସଂଗ୍ରହ କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ପ୍ରମାଣ ସଂଗ୍ରହ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଆଲଡୋନା ଗ୍ରାମରେ ଅଜୟ ଜାଡେଜା ଏବଂ ଅମିତାଭ ଘୋଷଙ୍କ ସମେତ ଅନେକ ସେଲିବ୍ରିଟି ବାସ କରନ୍ତି ।
ବାନ୍ଦୋଦକର କହିଛନ୍ତି ଯେ, ଆମେ ଅଳିଆରୁ ଜାଡେଜାଙ୍କ ନାମ ଥିବା କିଛି ବିଲ୍‌ ପାଇଥିଲୁ । ଏହାକୁ ଆଧାର କରି ଆମେ ତାଙ୍କୁ ଜରିମାନ କରିଥିଲା । ଏ ସଂପର୍କରେ ଆମେ ତାଙ୍କୁ କହିଥିଲୁ ଭବିଷ୍ୟତରେ ଆଉ କେବେ ଅଳିଆ ଫୋପାଡିବେ ନାହିଁ । ସେ କହିଥିଲେ ଯେ ସେ ଜରିମାନା ଦେବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସେ ହିଁ ଏହି କାରଣରୁ ଜରିମାନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =