ଦେଶରେ କରୋନାର ଦ୍ୱିତୀୟ ଲହର ନେଇଛି ୭୯୮ ଡାକ୍ତରଙ୍କ ଜୀବନ

0 59

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମଏ) ପକ୍ଷରୁ କୁହାଯାଇଛି ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ୭୯୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସର୍ବାଧିକ ୧୨୮ ଡାକ୍ତର ପ୍ରାଣ ହରାଇଛନ୍ତି । ଏହା ପରେ ବିହାରରେ ୧୧୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୭୯ ଅଟେ । ମହାରାଷ୍ଟ୍ର ଏବଂ କେରଳ ଭଳି ରାଜ୍ୟ, ଯେଉଁଠାରେ ଡେଲଟା ପ୍ଲସ୍‌ ଭାରିଆଣ୍ଟ ବିସ୍ଫୋରଣ ଅଧିକ, ଯଥାକ୍ରମେ ୨୩ ଏବଂ ୨୪ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ପଣ୍ଡିଚେରୀରେ ସର୍ବନିମ୍ନ ମୃତ୍ୟୁ ଘଟିଛି । କେବଳ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି ।

hiranchal ad1
Leave A Reply

Your email address will not be published.

sixteen − fifteen =