ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସଵ ପାଳନ

0 150


ଦାରିଙ୍ଗବାଡ଼:ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସଵ  ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଲାରିବାଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିତାନ୍ତ ଆବଶ୍ୟକ ଏହାସହ ବୃକ୍ଷରୋପଣ ଯୋଗୁଁ ପରିବେଶରେ ଅମ୍ଳଜାନ ସନ୍ତୁଳିତ ହୋଇ ପାରିବ । ପ୍ରତ୍ୟେକ ବ୍ୟକ୍ତି କିଛି ନହେଲେ ଅନ୍ତତଃ କ୍ଷୁଦ୍ର ଗଛଟିଏ ଲଗାଇବା ଆବଶ୍ୟକ । ଏହି କ୍ଷୁଦ୍ର ଗଛ ମଧ୍ୟ ପରିବେଶକୁ ଅମ୍ଳଜାନ ଦେବାକୁ ସକ୍ଷମ ବୋଲି ୭୨ତମ ବନ ମହୋତ୍ସଵ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ପ୍ରକାଶ କରିଛନ୍ତି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ l ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ, ସିମନବାଡ଼ି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ବିରେନ ମିତ୍ର ପ୍ରଧାନ, ସମିତି ସଭ୍ୟା ଟୁନି ମୁଖୀ ,ପରମେ ପ୍ରଧାନ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ l ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରାରମ୍ଭରେ ବୃକ୍ଷରୋପଣ କରିବା ସହିତ ବୃକ୍ଷରୋପଣ ଓ ପରିବେଶର ସୁରକ୍ଷା ସମ୍ପର୍କରେ ଅବଗତ କରାଇବା ସହିତ ସୁସ୍ଥ ପରିବେଶ ପାଇଁ ସବୁଜିମା ଦରକାର ତେଣୁ ସାମୂହିକ ବୃକ୍ଷରୋପଣ ସହିତ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଜରୁରି ହୋଇପଡିଛି ବୋଲି ମତପ୍ରକାଶ କରିଥିଲେ l ଏହାପରେ ଅନ୍ୟ ଅତିଥି ଏବଂ ଉପସ୍ଥିତ ଥିବା ବନପାଳ ଓ ବନରକ୍ଷୀ ପ୍ରମୁଖ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସିମନବାଡ଼ି ବନପାଳ ରବି ମୋହନ ନାୟକ ସଂଯୋଜନା କରିଥିବା ବେଳେ ଦାରିଙ୍ଗବାଡ଼ି ବନପାଳ ପ୍ରସନ୍ନ କୁମାର ପାତ୍ର,ବୁଡ଼ାଗୁଡା ବନପାଳ ହରିସ ପ୍ରଧାନ , ଦାରିଙ୍ଗବାଡ଼ି ବନରକ୍ଷୀ ବିଜୟାନନ୍ଦ ସେଠି,ବାଡ଼ାବାଙ୍ଗା ବନରକ୍ଷୀ ରାଜେଶ୍ୱର ବଡ଼ ମାଝି, ସିମନବାଡ଼ି ବନରକ୍ଷୀ ସ୍ୱପ୍ନା ପାତ୍ର,ବୁଡ଼ାଗୁଡା ବନରକ୍ଷୀ ସୁଶୀଳ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ବନମାଳୀ ଗୌଡ଼,ମନୋଜ ବେହେରା ଓ କାହ୍ନୁ ବେହେରା ପୃଥିବୀରାଜ୍ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l

hiranchal ad1
Leave A Reply

Your email address will not be published.

17 − nine =