ପୁରୁଣାକଟକ ବନାଞ୍ଚଳରେ ବନମହୋତ୍ସବ ପାଳିତ

0 156


ହରଭଙ୍ଗା,୨/୭- ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନାଞ୍ଚଳ ତରଫରୁ ପାରାପିଟ ସଂରକ୍ଷିତ ଜଙ୍ଗଲରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବୌଦ୍ଧଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ମୁଖ୍ୟ ଅତିଥି ଏବଂ ପୁରୁଣାକଟକ ସରପଞ୍ଚ ଭବାନୀବାଳା କହଁର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଣାକଟକ ବାନାଞ୍ଚଳ ଅଧିକାରୀ ନିହାର ରଞ୍ଜନମଲ୍ଲିକ, ବନପାଳ ଗୋବର୍ଦ୍ଧନ ମେହେର, ବନରକ୍ଷୀ ସତିଶ ରଞ୍ଜନ କମ୍ପ, ଗୀତାରାଣି ଯୋଶୀ, ରୋହିତ କୁମାର ମଲ୍ଲିକ, ଦୀପକ କୁମାର ନାଏକ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ପାଳନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

3 × 2 =