ତିର୍ତ୍ତୋଲ ପୋଲିସକୁ ମାଡ଼ମାରି ଫେରାର ଥିବା ଅଭିଯୁକ୍ତ ବଡ଼ବାଲିକଣି ଗ୍ରାମରୁ ଗିରଫ

0 164

ଜଗତସିଂହପୁର,୨/୭- ଜ଼ିଲ୍ଲାର ତିର୍ତ୍ତୋଲ ଥାନା ପକ୍ଷରୁ ପୋଲିସ ଅଧିକାରୀ ଚୋରକୁ ଧରିବାକୁ ଯାଇଥିବା ସମୟରେ ନିସ୍ତୁକ ମାଡ଼ ଖାଇଥିଲେ ଦୁଇ ପୁଲିସ ଅଧିକାରୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ । ଚୋରି ଘଟଣାରେ ତଦନ୍ତ ସମୟରେ ପୁଲିସ ଉପରେ ଅଭିଯୁକ୍ତର ଆକ୍ରମଣ ହୋଇଥିଲା । ବିଶେଷ ସୂତ୍ରରୁ ଚୋରୀଘଟଣାରେ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ଜଣେ ହାବିଲଦାରଙ୍କୁ ଅଭିଯୁକ୍ତ ଗୋଡେଇ ଗୋଡେଇ ପିଟିଥିବା ଭିଡିଓ ଭାଇରାଲ ହୋଇଥିଲା । ଅଭିଯୁକ୍ତର ମାଡ଼ରେ ହାବିଲଦାର ଲହୁଲୁହାଣ ହେଇଥିବା ବେଳେ ଏସ୍‌ଆଇ ମହିଳା ଜଣକ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ହାବିଲଦାରଙ୍କୁ ଆକ୍ରମଣ କରୁଥିବା ସମୟରେ ଦର୍ଶକମାନେ ଦେଖିଥିଲେ ହେଲେ କେହି ଅଭିଯୁକ୍ତକୁ ଧରିପାରିନଥିଲେ ।

hiring

ପ୍ରକାଶ ଯେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ନନ୍ଦ କିଶୋର ବରାଳ ବୟସ ୩୫ ଉକ୍ତ ହାବିଲଦାରଙ୍କୁ ଆକ୍ରମଣ କରିବା ଫଳରେ ଅଭିଯୁକ୍ତ ମାଡ଼ରେ ଗୁରୁତର ଆହତ ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଅଭିଯୁକ୍ତ ଘଟଣାସ୍ଥାଳରୁ ଫେରାର ହୋଇଯାଇଥିଲା । ଏଠି ପ୍ରଶ୍ନ ଉଠିଛି ଯେ ଚୋର ଧରିବାକୁ ଯିବା ସମୟରେ ପୋଲିସ ଫୋର୍ସ ନନେଇ ଜଣେ ମହିଳା ଏସଆଇ ଜଣେ ହାବିଲଦାରଙ୍କୁ ଯିବାକୁ ଦିଆଯାଇଥିଲା କିପରି ? ଚୋର ଚମ୍ପଟ ମାରି ଯିବା ପରେ ତିର୍ତ୍ତୋଲ ପୋଲିସ ର ନିଦ୍ରା ଭାଙ୍ଗିଥିଲା ପରେ ପରେ ପୋଲିସ ଟିମ୍‌ ନନ୍ଦ କିଶୋର ବରାଳଙ୍କ ଘରେ ପୋଲିସ ଟିମ୍‌ ଛାଉଣି କରାଯାଇଥିଲା । ବିଭିନ୍ନ ମାମଲାରେ ଛନ୍ଦି ହେଇଥିବା ନନ୍ଦ ବିରୋଧରେ ଏକାଧିକ ମାମଲା ତିର୍ତ୍ତୋଲ ଥାନାରେ ରହିଥିବା ଜଣାପଡିଥିଲା । ସାଇଲୋ ତୋଟାସାହି ଗ୍ରାମର ମା ବୁଢ଼ୀ କେନ୍ଦୁଳେଇଙ୍କ ମନ୍ଦିରରୁ ୨ ଦିନ ତଳେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ ତାପରେ ପୋଲିସ ସାଥିରେ ସନ୍ଧାନି କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ନନ୍ଦ କିଶୋର ବରାଳଙ୍କ ଘର ଉପରେ ସନ୍ଦେହ ଆସିବାରୁ ଘର କବାଟ ଖୋଲିବାକୁ କହିଥିଲେ ହାବିଲଦାର ବାବୁ ଜଣଙ୍କ । ପୋଲିସ ଠାରୁ ଅଭିଯୁକ୍ତ ଅଧିକା ଚାଲକ ଥିଲା । ଆଜି ସକାଳୁ କୁଜଙ୍ଗବ୍ଲକ ବଡ଼ ବାଲିକଣି ଅଞ୍ଚଳରୁ ନନ୍ଦକିଶୋର ବରାଳକୁ ତିର୍ତ୍ତୋଲ ପୋଲିସ ଗିରଫ କରିଛି । ପୋଲିସ ଥାନାରେ ଅଭିଯୁକ୍ତକୁ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଥିବା ପୁଲିସ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

12 − eleven =