ଗୁଣପୁର ବନଖଣ୍ଡ ଦ୍ବାରା ରୋବାଡି ଗ୍ରାମରେ ୭୨ତମ ବନମହୋତ୍ସବ ପାଳିତ

0 170


ରାୟଗଡ/୨/୭/୨୧: ରାୟଗଡ ଜିଲ୍ଳା ରାମନାଗୁଡା ବ୍ଳକ ଅନ୍ତର୍ଗତ ରୋବାଡି ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥିମକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁଣପୁର ବନଖଣ୍ଡ ଦ୍ୱାରା ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ପରିବେଶର ଯତ୍ନ ଓ ତାହାର ସୁରକ୍ଷା ପାଇଁ ବନୀକରଣ ହିଁ ଏକମାତ୍ର ବିକଳ୍ପ ତେଣୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ତାହାର ସଂପୂର୍ଣ୍ଣ ଯତ୍ନ ନେଇ ପରିବେଶ ସୁରକ୍ଷା ଦିଗରେ ସହଯୋଗ କରନ୍ତୁ ବୋଲି ପ୍ରକାଶ କରିଥିଲେ । ଗୁଣପୁର ବନଖଣ୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ସ୍ଥାନରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା । କରୋନା ନିୟମ ପାଳନ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ବନାଂଚଳ ଅଧିକାରୀ ରଂଜନ କୁମାର ମହାନ୍ତି,ବନପାଳ ଭଗବାନ ସାରକା,ବାଙ୍କିଲି ପଂଚାୟତ ସରପଂଚ ବିଶିକେସନ କଣ୍ଡାଗରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

eight − three =