ଭୁବନେଶ୍ୱର : ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିପାରେ । ଆସନ୍ତା ୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପ ହେଲେ ଓଡ଼ିଶାରେ ଭଲ ବର୍ଷା କରାଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନକରିଛନ୍ତି ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞଙ୍କ କହିବାନୁଯାୟୀ ଗତ କିଛିଦିନ ଧରି ମୌସୁମୀ ଦୁର୍ବଳ ଥିବାବେଳେ ଶୁକ୍ରବାରଠାରୁ ସାମାନ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଅସ୍ୱାଭାବିକ ଗରମ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଥିବାରୁ ଗତ ୨୪ ଘଣ୍ଟା ଭିତରେଉପକୂଳ ଓ ପାଶ୍ୱବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା କରାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ତ୍ତମାନ ଏଭଳି ବର୍ଷା ପ୍ରତିଦିନ କେତେକ ଜାଗାରେ ହୋଇପାରେ । ମାତ୍ର ବଡ଼ଧରଣର, ଲଗାଣ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ସମ୍ଭାବ୍ୟ ଲଘୁଚାପ ହେଲେ ହିଁ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ଅଛି ।
Sign in
Sign in
Recover your password.
A password will be e-mailed to you.