ଆସନ୍ତାକାଲିଠୁ ବ୍ରହ୍ମପୁରରେ ଦିଆଯିବା କୋଭାକ୍ସିନ ଟିକା

0 73

ବ୍ରହ୍ମପୁର : ଆସନ୍ତାକାଲିଠାରୁ ଭୁବନେଶ୍ୱର ପରେ ବ୍ରହ୍ମପୁରରେ ଦିଆଯିବ କୋଭାକ୍ସିନ ଟିକା । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି୧ଲକ୍ଷ ୪୦ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଏହି ଟିକା ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଦିଆଯିବ । ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି ସେମାନେ କୋଭାକ୍ସିନ ନେଇପାରିବେ ଓ ଯେଉଁମାନେ ପ୍ରଥମ ଡୋଜ କୋଭିସିଲିଡ଼ ନେଇଛନ୍ତି ସେମାନଙ୍କୁ ଦ୍ୱିତୀୟ ଡୋଜରେ ମଧ୍ୟ ଏହିଟିକା ଦିଆଯିବ । ଏଥିସହିତ ଦୁଇଟି ଟିକା ଯେମିତି ମିଶ୍ରଣ ନ ହୁଅ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି । ଏବେ କେବଳ ଭୁବନେଶ୍ୱର ରେ ଲୋକମାନଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି । ବର୍ତ୍ତମାନ ଏହି ଟିକାକରଣ ଖୁବ ଜୋରଜାରରେ ଚାଲିଛି । ଯାହାଫଳରେ ଅଳ୍ପଦିନ ମଧ୍ୟରେ ଟାର୍ଗେଟ ପୂରଣ ହେବାର ଆଶା ଅଛି । ରାଜ୍ୟରେ ବର୍ତ୍ତମାନ ୪ଲକ୍ଷରୁ ଅଧିକ ଟିକା ରହିଥିବା ହେତୁ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 17 =