ବୌଦ୍ଧ,୫/୭- ଆଜି ସ୍ଥାନୀୟ ଏନଏସି ଛକ ଠାରେ ଅସ୍ଥାୟୀ ଚାରା ବିତରଣ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ଜୀତେନ୍ଦ୍ର ବେହେରା, ରାଜେନ୍ଦ୍ର ଗୋଚ୍ଛାୟତ, ରେଞ୍ଜର ପ୍ରଦୀପ ବେହେରା, ଫରେଷ୍ଟର ସ୍ୱାଧୀନ ସାମଲ, ଫରେଷ୍ଟ ଗାର୍ଡ ସନ୍ତୋଷ ବାରିକ, ମୀରା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ସହର ବ୍ୟତୀତ ଜିଲ୍ଲାର ଚାରିଛକ, ମନମୁଣ୍ଡା ଓ କଣ୍ଟାମାଳ ଠାରେ ମଧ୍ୟ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି । ଏହି ଚାରା ବିତରଣ କେନ୍ଦ୍ରରେ ଶାଗୁଆନ, ଶିଶୁ, ଅଁଳା, ହରିଡା, ବାହାଡା, ନିମ୍ବ, ଜାମୁ, କରଞ୍ଜ, ଅର୍ଜୁନ, ଋାଧାଚୂଡା, କୃଷ୍ଣଚୂଡା, ପିଜୁଳି, ଆତ, ଗମ୍ଭାରୀ, ରକ୍ତଚନ୍ଦନ, ଶିରିଶ, ଖଇର, ସୁନାରୀ, କାଜୁ, ବେଲ, କାଞ୍ଚନ, ଫୁଲଝାଡୁ, ବଉଳ ପଣସ, କଦମ୍ବ ଆଦି ଚାରା ଦିଆଯାଉଛି । ଏହାବ୍ୟତୀତ ବୌଦ୍ଧ ବୁଟୁପାଲି ଜେବି ହାଇସ୍କୁଲ, ମହିଳା ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜଜ୍ ସୁଶ୍ରୀ ପ୍ରତିମା ପଣ୍ଡା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ସେହିପରି ବୌଦ୍ଧ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡକ୍ରସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ୭ଲକ୍ଷ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଆସନ୍ତା ଅଗଷ୍ଟମାସ ପର୍ଯ୍ୟନ୍ତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।