କୋଭିଡ ସମୟ କାଳରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ

0 232

ଗଜପତି,୫/୭- ଆଜି ଗଜପତିଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା କୋଭିଡ ସମୟ କାଳରେ ଗୋଶାଣି ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ ଓ ସାନକୁତୁରୁ ଗ୍ରାମର ଦୁଇ ଗୋଟି ପରିବାରର ଚାରିଗୋଟି ଅନାଥ ଶିଶୁଙ୍କୁ ସେମାନେ ରହୁଥିବା ସମ୍ପର୍କୀୟଙ୍କ ଘରକୁଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବାସହ ପିଲାଙ୍କର ଭବିଷ୍ୟତକୁ ଗଢି ତୋଳିବାର ପ୍ରତିଶ୍ରୁତି ଦେଇ ଫେରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ପ୍ରତି ପରିବାର ପିଛା ରେଡ଼କ୍ରସ ଫଣ୍ଡରୁ ଦଶ ହଜାର ଟଙ୍କା ଲେଖାଏଁ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ ।

hiring

ଆଗାମୀ ଦିନରେ ଆଶୀର୍ବାଦଯୋଜନାରେ ଆର୍ଥିକ ସହାୟତା, ଯୋଗ୍ୟ ପରିବାରଙ୍କୁ ବିଜୁପକ୍କା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବୀମା ଏବଂ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପେସେଜ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସଦ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଆଶୀର୍ବାଦ ଯୋଜନା ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟକୁ ଗ୍ରାମ୍ୟସ୍ତରରେ ସରପଞ୍ଚ ଏବଂ ଅଙ୍ଗନବାଡିକର୍ମୀ ସମ୍ପାଦନ କରୁଥିବାବେଳେ ପଞ୍ଚାୟତ ସମିତି ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଶିଶୁ ମଙ୍ଗଳ ସମିତି ଏବଂ ଚାଇଲଡ଼ ଲାଇନ ଦାୟିତ୍ୱ ନେଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୮ ଜଣ ଅନାଥ ଶିଶୁ ଚିହ୍ନଟ ହୋଇଥିଲା ବେଳେ ୨୦୯ ଜଣ ଏକକ ଅଭିଭାବକ ଶିଶୁ ଚିହ୍ନଟ ହୋଇଛନ୍ତି । ଯେଉଁମାନଙ୍କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନାଥ ଶିଶୁ ମାନଙ୍କୁ ମାସକୁ ୨୫ଶହ ଟଙ୍କା ଲେଖାଏଁ ଏବଂ ଏକକ ଅଭିଭାବକ ଶିଶୁଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କରାଯିବ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଶାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ତାଟିପେଟି ଓ ଗୁରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × two =