ସାମ୍ବାଦିକ ସୁରକ୍ଷା ଆଇନ ଓ ନୟାଗଡ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

0 77

ବାଲିଗୁଡ଼ା ୫/୭- ନୟାଗଡ ଜିଲ୍ଲା ଅବକାରୀ ବିଭାଗର ଏ ଏସ ଆଇ ଦୁଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିବା ସହ ସଂପୃକ୍ତ ଏ ଏସ ଆଇ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟ ରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ଦାବୀ କରିଛନ୍ତି । ଆଜି ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାଶ ଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ସମେତ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ରାୟ, ସଞ୍ଜୟ ପାଣିଗ୍ରାହୀ,ହିମାଂଶୁ ବେହେରା, ସୁବାଷ ମହାରଣା, ଚନ୍ଦନ ପଣ୍ଡା, ପବିତ୍ର ଦିଗାଲ ପ୍ରମୁଖଙ୍କ ଦସ୍ତଖତରେ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

15 + 12 =