ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ : ସିଲ କଭର୍‌ ଭିତରେ ଫଳାଫଳ

0 214

ଜି ଉଦୟଗିରି : କନ୍ଧମାଳ ଜି ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଦ୍ୱିତୀୟ ଥର ଆସିଥିବା ଅନାସ୍ଥାପ୍ରସ୍ତାବ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କଡା ସୁରକ୍ଷା ମଧ୍ୟରେ ପୂର୍ଣ୍ଣଚ୍ଛେଦ ପଡିଥିବା ବେଳେ ଫଳାଫଳ ସିଲ୍‌ କଭର୍‌ ଭିତରେ ରହିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଜି ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଉଚ୍ଚ଼ ନ୍ୟାୟାଳୟରୁ ସ୍ଥଗିତାଦେଶ ଆଣିଥିବା ବେଳେ ବାଲିଗୁଡା ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୬୯୯ ତା-୧୮/୬/୨୦୨୧ ପ୍ରକାରେ ଗତକାଲି ହୋଇଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିରଚରଣ ପରିଡ଼ାଙ୍କ ପ୍ରିଜାଇଡିଂ ଅଫିସର ତଥା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ଉପସ୍ଥିତରେ ମୋଟ ୧୩ ଜଣ ସଭ୍ୟସଭ୍ୟା ଯଥା-ତଲାରୀମାହା ସରପଞ୍ଚ ସବିତା କହଁର, ସମିତି ସଭ୍ୟ ହୃଦୟାନନ୍ଦ କହଁର, କଳିଙ୍ଗା ସରପଞ୍ଚ ରେବିକା ପ୍ରଧାନ, ସମିତି ସଭ୍ୟା ଦୀପାରାଣୀ ପ୍ରଧାନ, ମାଲିକାପଡି ସରପଞ୍ଚ ସଚ୍ଚ଼ିଦାନନ୍ଦ ପ୍ରଧାନ, ସମିତି ସଭ୍ୟା ଚନ୍ଦ୍ରମା ପ୍ରଧାନ, ରାଇକଲା ସରପଞ୍ଚ ସୁରେନ୍ଦ୍ର କୁମାର ପ୍ରଧାନ, ଲିଙ୍ଗାଗଡ ସରପଞ୍ଚ ସସ୍ମିତା ପ୍ରଧାନ, କତିଙ୍ଗିଆ ସରପଞ୍ଚ ଅବନେଶ୍ୱର ପ୍ରଧାନ, ସମିତି ସଭ୍ୟ ସାମନ୍ତ ଦିଗାଲ୍‌, ରଟିଙ୍ଗିଆ ସରପଞ୍ଚ ବନ୍ଦୀନି ପ୍ରଧାନ, ସମିତି ସଭ୍ୟ ଭାଗ୍ୟବତୀ ପ୍ରଧାନ, ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନ ଉପସ୍ଥିତ ଥିବା ବେଳେ, ରାଇକଲା ସମିତି ସଭ୍ୟା ତଥା ଅଧ୍ୟକ୍ଷା ଦୀପ୍ତି ରେଖା ପ୍ରଧାନ ଓ ଲିଙ୍ଗାଗଡ ସମିତି ସଭ୍ୟା ସ୍ମିତା ରାଣୀ ଦଳବେହେରା ଅନୁପସ୍ଥିତ ଥିବା ବେଳେ ଗ୍ରେସିଙ୍ଗିଆ ସମିତି ସଭ୍ୟା ଚିନ୍ମୟୀ ନାୟକ ନିର୍ଦ୍ଧାରିତ ସମୟ ଭିତରେ ଉପସ୍ଥିତ ନ ହେବାରୁ ସେ ବୈଠକରେ ଉପସ୍ଥିତ ରହି ପାରିନଥିଲେ । ଫଳରେ ପୂର୍ବଭଳି ବର୍ତ୍ତମାନ ମଧ୍ୟ ଉଚ୍ଚ ନ୍ୟାୟାଳୟର ସ୍ଥଗିତା ଦେଶ ଥିବାରୁ ଆଲୋଚନା ହେବା ଫଳରେ ଗୁପ୍ତ ଭୋଟ ଗ୍ରହଣ କରାଯାଇ ଥିଲା । ଏହି ଭୋଟ ଗ୍ରହଣରେ ଉପସ୍ଥିତ ୧୩ ଜଣ ଗୁପ୍ତ ଭୋଟ ପ୍ରଦାନ କରିବା ପରେ ଏହାକୁ ସିଲ୍‌ କଭର୍‌ କରି ଉପଜିଲ୍ଲାପାଳ ବାଲିଗୁଡାକୁ ହସ୍ତାନ୍ତର କରାଯିବା ନେଇ ପ୍ରିଜାଇଡିଂ ଅଫିସର ଶ୍ରୀଯୁକ୍ତ ପରିଡ଼ା ସୂଚନା ଦେଇଛନ୍ତି । ଉପଜିଲ୍ଲାପାଳ ଡ . ଶୁଭଙ୍କର ମହାପାତ୍ର ଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଉଚ୍ଚ଼ ନ୍ୟାୟାଳୟର ସ୍ଥଗିତାଦେଶ ଉଠିଲେ ଫଳାଫଳ ଘୋଷଣା କରାଯିବା ନେଇ ଶ୍ରୀଯୁକ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six + nine =