ଗାଡି କାଚ ଭାଙ୍ଗି ୪୦ହଜାର ଟଙ୍କା ଲୁଟ

0 327

ସୁବର୍ଣ୍ଣପୁର: ଦିନକୁଦିନ ସୁବର୍ଣ୍ଣପୁର ସଦର ତଥା ଜିଲ୍ଲାରେ କ୍ରମାଗତ ଭାବରେ ଛିନତାଇ ,ଚୋରି ଘଟଣା ରେ ଅତିଷ୍ଠ ହୋଇଗଲେଣି ଜିଲ୍ଲାବାସୀ । ବିଶେଷକରି ଦିନ ଦୁଇପହରେ ସହରର ବ୍ୟସ୍ତ ବହୁଳ ଅଞ୍ଚଳରୁ ଟଙ୍କାଲୁଟ ଘଟଣା ଜିଲ୍ଲାବାସୀଙ୍କୁ ଆଶଙ୍କାରେ ପକାଇଛି । ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା ହେଉ କି ଗତ ଦୁଇଦିନ ତଳେ ବସଷ୍ଟାଣ୍ଡରୁ ଏକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା କାହା ମନରୁ ଲିଭିନଥିବା ବେଳେ ଗତକାଲି ଖୋଦ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନା ରାସ୍ତାରୁ କାରର କାଚ ଭାଙ୍ଗି ୪୦ହଜାର ଟଙ୍କା ଲୁଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ରାମପୁର ଅଞ୍ଚଳର ସୁଶାନ୍ତ କୁମାର ସାହୁ ଯିଏକି ସହରର କୁଞ୍ଜ ଛକ ନିକଟରେ ଏକ କୀଟନାଶକ ଔଷଧ ଦୋକାନ ଦେଇଛନ୍ତି, ସେ ନିଜ ଦୋକାନ ବନ୍ଦ କରି କଲେଜ କ୍ୟାଣ୍ଟିନରେ ଖାଉଥିଲେ । ଖାଇ ସାରି ଆସିଲା ବେଳକୁ କାର୍‌ କାଚଭାଙ୍ଗି ଗାଡ଼ି ଭିତରୁ ୪୦ ହଜାର ଟଙ୍କା କେହି ଦୁର୍ବୃତ୍ତ ଲୁଟି ନେଇ ଥିଲା । ଶ୍ରୀ ସାହୁ ତୁରନ୍ତ ସଦର ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ଏସ୍‌ଡିପିଓ ଗୀତାଞ୍ଜଳୀ ନିଙ୍ଗା ଓ ଥାନାଧିକାରୀ ପୁଷ୍ପନ୍ଦୁ ସାଗର ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ଜିଲ୍ଲାରେ ବାରମ୍ବାର ଏହି ଭଳି ଚୋରି ଓ ରାହାଜାନି ଘଟଣା ଘଟୁଥିଲେ ହେଁ ହେଉଥିଲେ ପୋଲିସକୁ ମୋଟାମୋଟି ବିଶେଷ ସଫଳତା ମିଳୁନଥିବା ଦେଖିବାକୁ ମିଳିଛି । ସୋନପୁର ପୋଲିସ କେସ ନଂ୧୭୧/୨୧ ରୁଜୁକରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

19 + seven =