ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ

0 73

ଜଗତସିଂହପୁର ,୬/୭ – ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗତସିଂହପୁର ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବାର୍ଷିକ ଖୋଲା ପାଣ୍ଠି ରୋଗୀମାନଙ୍କର ଆବଶ୍ୟକତାକୁ ଲକ୍ଷ୍ୟରଖି ଯେପରି ରୋଗୀମାନଙ୍କ କଲ୍ୟାଣ ପାଇଁ ସଠିକ ଅର୍ଥ ବିନିଯୋଗ ହୋଇପାରିବ ସେ ଉପରେ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଗତ ଫେବୃୟାରୀ ୨୦୨୧ ଜୁନ ୨୦୨୧ମଧ୍ୟରେ ହୋଇଥିବା ସମସ୍ତ ଖର୍ଚ୍ଚ ଓ କାର୍ଯ୍ୟର ଜ଼ିଲ୍ଲାପାଳ ସମୀକ୍ଷା କରିଥିଲେ । ବିଶେଷକରି ରୋଗୀ କଲ୍ୟାଣ ସମିତି ସଭ୍ୟ ସଭ୍ୟାମାନଙ୍କର ମତକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ସମସ୍ତ କାର୍ଯ୍ୟକୁ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ଃ ବିଜୟା ପଣ୍ଡା, ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶତ୍ରୁଘ୍ନ ଦାଶ ଏ. ଡ଼ି. ଏମ୍‌. ଓ ଭି. ବି. ଡ଼ି ଡ଼ଃ କ୍ଷେତ୍ରବାସୀ ଦାଶ, ଅତିରିକ୍ତ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ଃ ପ୍ରମୋଦ କୁମାର ବାରିକ, ଏ. ଡ଼ି. ଏମ.ଓ ମେଡିକାଲ ଅଫିସର ଅଜୟ କୁମାର ସ୍ୱାଇଁ, ଡ଼ି.ପି.ଏମ୍‌ ଚକ୍ରଧର ଜେନା, ପୂର୍ତ୍ତ ଓ ଗୃହନିର୍ମାଣର ନିର୍ବାହୀଯନ୍ତ୍ରୀ ନିମାଇଁ ଚରଣ ଦାଶ, ସହକାରୀ ନିର୍ବହୀଯନ୍ତ୍ରୀ ଜି.ଇ.ଡ଼ି, ଜଗତସିଂହପୁର ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ସହକାରୀ ନିର୍ବାହୀଯନ୍ତ୍ରୀ ପି.ଏଚ.ଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =