ସମ୍ବଲପୁର : ସମଗ୍ର ପଶ୍ଚିମଓଡିଶାର ଦଶଟି ଯାକ ସବୁ ଜିଲ୍ଲାର ମୁଖ୍ୟ ହସ୍ପିଟାଲ ପାଇଁ ଟିପିଡବ୍ଲୁଡିଏଲ (ଟାଟାପାୱର) ପକ୍ଷରୁ ଆଜି ଅମ୍ଳଜାନ ସାନ୍ଦ୍ରିକରଣ ଯନ୍ତ୍ର ପ୍ରଦାନ କରା ଯାଇଛି । ଏଠାକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୁକ୍ତଙ୍କ ଅନୁପସ୍ଥିତିରେ ତାଙ୍କର ସଚିବ ଉପସ୍ଥିତ ରହି ଏହା ଗ୍ରହଣ କରିଥିଲେ । ସେ ତାଙ୍କର ବକ୍ତବ୍ୟରେ ଟାଟା ପାୱରର ଏହି ପଦକ୍ଷେପ ପ୍ରତି ସାଧୁବାଦ ଜଣାଇବା ସହିତ ଏହା ଦ୍ୱାରା କୋଭିଡ ପୀଡ଼ିତଙ୍କ ପାଇଁ ଏହା ଏକ ବରଦାନ ସଦୃଶ୍ୟ ବୋଲି କହିଛନ୍ତି ।
ଏହି ଅବସରରେ ସମ୍ବଲପୁର ଜିଲ୍ଲା ସହିତ ଆଖପାଖ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପ୍ରତିନିଧି ଡାକ୍ତରମାନେ ଆସି ସେଗୁଡିକ ଧନ୍ୟବାଦ ସହ ଗ୍ରହଣ କରିଥିଲେ । ଯେଉଁ ଜିଲ୍ଲାରୁ କେହି ଆସି ପାରି ନଥିଲେ ସେମାନଙ୍କ ପାଖକୁ ଉକ୍ତ ଯନ୍ତ୍ର ପଠାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟାଟାପାୱରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସହିତ ଅନ୍ୟ ପ୍ରମୁଖ ପଦାଧିକାରୀମାନଙ୍କ ସହିତ ଆମନ୍ତ୍ରିତ ପ୍ରେସ ଓ ମିଡ଼ିଆ ପ୍ରତିନିଧିଗଣ ମଧ୍ୟ ଉପସ୍ଥିତ ରହିଥିଲେ ।