ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

0 110

ବଲାଙ୍ଗିର : ଆଇସିଡିଏସ୍‌, ଏମଡିଏମ୍‌ ଭଳି ଜନହିତକାରୀ ଯୋଜନାରେ ହରିଲୁଟ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ଦଳ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଯୋଗଦାନ କରିଥିଲେ । ଜିଲ୍ଲାରେ ଯୋଗାଣ ବିଭାଗର ସଲାସୁତୁରାରେ ସରକାରୀ ଯୋଜନାର ଚାଉଳ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ସହ ଲୁଟ ହେଉଛି । କିଛି ବର୍ଷ ପୂର୍ବରୁ ଯୋଗାଣ ବିଭାଗର ଅସ୍ଥାୟୀ ଡ୍ରାଇଭର ଓ ତାଙ୍କ ଭାଇ ଟ୍ରାନ୍ସପୋର୍ଟ ଏଜେଣ୍ଟ ଆଜି ଶହଶହ କୋଟି ସଂପତ୍ତିର ଅଧିକାରୀ । ଏଫସିଆଇ ଗୋଦାମରୁ ଚାଉଳ ଉଠାଇ ମୁରିବାହାଲ ଅଞ୍ଚଳରେ ଯୋଗାଇବା ପରିବର୍ତ୍ତେ ଏକ ରାଇସ୍‌ ମିଲରୁ ନିମ୍ନମାନର ଚାଉଳ ଯୋଗାଣ କରିଥିବା ଜଣାପଡିବା ପରେ ମଧ୍ୟ ଠୋସ୍‌ କାର୍ଯ୍ୟାନୁଷ୍ଠାନ କାହିଁକି ନୁହେଁ । ସେହିପରି ପୁଇଁତଲା ବ୍ଳକରେ ୫/୬କେଜି କମ୍‌ ଚାଉଳ ପ୍ୟାକେଟରେ ଥିବା ଅଭିଯୋଗ ହୋଇଛି ।କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦାବିପତ୍ର ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

19 + thirteen =